ଫେରାର୍ ଥିବା ଗୁଟଖା କାରଖାନା ମାଲିକ ନରେନ୍ଦ୍ର ସାହୁଙ୍କୁ ଭୁବନେଶ୍ବରରୁ ଗିରଫ କଲା ସଦର ଥାନା ପୁଲିସ
ବ୍ରହ୍ମପୁର,୧୩/୯/୨୨/(ପିଣ୍ଟୁ ବେହେରା): ଫେରାର୍ ଥିବା ଗୁଟଖା କାରଖାନା ମାଲିକ ନରେନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର ଠାରୁ ଗିରଫ ସଦର ଥାନା ପୁଲିସ । ପୂର୍ବରୁ ପୁଲିସ ନରେନ୍ଦ୍ରଙ୍କ ୩ଟି ନକଲି ଗୁଟଖା କାରଖାନାଉପରେ ଚଢଉ ପ୍ରାୟ ନଗଦ ୧ଲକ୍ଷ ୫୦ ଟଙ୍କା ସହ ୩ କୋଟିର ଗୁଟଖା ଓ ମେସିନ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ଏହାର ଗୋଟିଏ ଦିନ ପରେ ପୁଲିସ ଅଭିଯୁକ୍ତ ନରେନ୍ଦ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୪୯ ଲକ୍ଷ ଟଙ୍କା ଫ୍ରିଜ କରିଥିଲା । ଘଟଣା ଦିନ ଠାରୁ ନରେନ୍ଦ୍ର ଫେରାର୍ ଥିବା ବେଳେ ପୁଲିସ ତାଙ୍କୁ ଭୁବନେଶ୍ୱର ଠାରୁ ଗିରଫ କରି ବ୍ରହ୍ମପୁର ଆଣିଥିବା ବେଳେ ଆଜି ଅଭିଯୁକ୍ତ ନରେନ୍ଦ୍ରକୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେବ ଏମଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ପୁଲିସ ଅଗଷ୍ଟ ୩୦ ତାରିଖରେ ବାଉଁସିଆପଲ୍ଲୀ ସ୍ଥିତ ରାମଚନ୍ଦ୍ରପୁର ଠାରେ ଚାଲିଥିବା ୩ ନକଲି ଗୁଟଖା କାରଖାନାଉପରେ ଚଢଉ କରି ୨୦ଟି ବଡ ବସ୍ତା ନକଲି ଗୁଟଖା, ୧୪ ହଜାର କେଜିର ବିଭିନ୍ନ ପ୍ରକାର କଞ୍ଚାମାଲା, ବିପୁଳ ପରିମାଣର ପଲିଥିନ ରୋଲ, ୧୦ଟି ମେସିନ, ଦୁଇଟି ଟ୍ରକ, ଗୋଟିଏ ଟାଟା ମେଜିକ ଗାଡି ଓ ଏକ ଡାଲା ଅଟୋ ସହ ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
Comments are closed.