୧୨ନଂ ୱାର୍ଡରେ ୪ଟି ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିଭୂମି ସ୍ଥାପନର ଶୁଭ ଦେଲେ ସାଂସଦ, ବିଧାୟକ, ମେୟର

741

ବ୍ରହ୍ମପୁର,୧୪/୯/୨୨/(ପିଣ୍ଟୁ ବେହେରା):ବ୍ରହ୍ମପୁର ମହାନଗର ନିଗମର ୧୨ ନଂ ୱାର୍ଡ ପରିଦର୍ଶନ କରି ସମସ୍ୟା ବୁଝିବା ସହ ଉକ୍ତ ୱାର୍ଡର ମିନାକ୍ଷୀ ନଗର,ହରେକୃଷ୍ଣ ନଗର, ଏବଂ ହାଉସିଂ ବୋର୍ଡ଼ର ରାସ୍ତା ଓ ଡ୍ରେନ,ପାର୍କ ନିର୍ମାଣ କାମ ଆରମ୍ଭ ପାଇଁ ଶୁଭ ଦିଆଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା,ମେୟର ସଂଘମିତ୍ରା ଦଳେଇ ଓ ନିଗମ କମିଶନର ଜେ.ସୋନାଲ ଅତିଥିଭାବେ ଯୋଗ ଦେଇ ଏହି ଡ୍ରେନ,ରାସ୍ତା, ପାର୍କ ନିର୍ମାଣ କାମର ଭିତ୍ତି ସ୍ଥାପନ କରିଥିଲେ ।ମିନାକ୍ଷୀ ନଗର ପ୍ରଥମ ଲାଇନ ଠାରେ ସାଢ଼େ ୧୪ ଲକ୍ଷ ଟଙ୍କା ବ୍ୟୟରେ ଡ୍ରେନ ଓ କଭର ସ୍କାପ୍ , ହରେକୃଷ୍ଣ ନଗର ୨ୟ ଲାଇନ ଏକେଷ୍ଟେସନ ୧୧ଲକ୍ଷ ଟଙ୍କା ବ୍ୟୟରେ ଡ୍ରେନ ଓ କଭର ସ୍କାପ୍ ,ହରେକୃଷ୍ଣ ନଗର ପ୍ରଥମ ଲାଇନରେ ୩୯ଲକ୍ଷ୧୩ହଜାର ଟଙ୍କା ବ୍ୟୟରେ ରୋଡ଼ ନିର୍ମାଣ ହେବା ଥିବାବେଳେ ହାଉସିଂ ବୋର୍ଡ଼ ଠାରେ ୨୮ଲକ୍ଷ ଏକ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବ ଫାଷ୍ଟ ପାର୍କ । ଏହି ୱାର୍ଡର ସମସ୍ତ ଉନ୍ନୟନ ମୂଳକ କର୍ଯ୍ୟା ସକାଶେ ନିଗମ ପକ୍ଷରୁ ଦେଢ଼ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଉପରୋକ୍ତ କାର୍ଯ୍ୟ ଗୁଡ଼ିକ ସକାଶେ ବର୍ତ୍ତମାନ ଉପରୋକ୍ତ କାମ ପାଇଁ ୯୪ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସ୍ଥାନୀୟ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି କହିଛନ୍ତି । ମହାନଗର ନିଗମ ବୈଠକରେ କର୍ପୋରେଟର ସୁବୁଦ୍ଧି ଯାହା ପ୍ରସ୍ତାବ ରଖିଥିଲେ ସେ ସବୁକୁ ନିଗମ କମିଶନର ମଞ୍ଜୁରୀ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ଅତିଥି ଭାବେ ଯୋଗ ଦେଇଥିବା ସାଂସଦ, ବିଧାୟକ, ମେୟରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ ୧୨ନଂ ୱାର୍ଡରେ ଉପୁଜିଥିବା ସମସ୍ୟାର ସମାଧାନ କରିବେ ବୋଲି କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି କହିଛନ୍ତି । ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ଶୁଭ ବେଳେ ସ୍ଥାନୀୟ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧିଙ୍କ ସମେତ କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ, ଛାତ୍ର ସଭାପତି ଶୋଭନ ନାୟକ, ବୁଢ଼ା ପାଣିଗ୍ରାହୀ, କେଦାର ପଣ୍ଡା, କୃଷସାହୁ,ଶ୍ରୀ ନିବାସ ପ୍ରଧାନ, କୁସୁମା ପାତ୍ର, ମନ ମୋହନ ରାଓ,ନରସିଂହ ରାଓ, ଲକ୍ଷ୍ମୀ ନାରାୟଣ ପାତ୍ର, ମନୋଜ ସାହୁ, ବୁଜି ରାଓ, ସତ୍ୟ ନାରାୟଣ ପାତ୍ର,ସମୀର ପାତ୍ର, ଅଶୋକ ଦାସ,ସାରଥୀ ସେଠୀ, କନାକା ରାଓ, କିରଣ ମିଶ୍ର, ସନ୍ତୋଷ କୁମାର ରଥ, ତାରିଣୀ ପଣ୍ଡା, ରାଜ କୁମାର ପାତ୍ର, ପ୍ରଶାନ୍ତ କୁମାର ପରିଡା, ଅଳି କିଶୋର ପାଢ଼ୀ, ବିମଳ ବେହେରା, ତିରୁପତି ପାତ୍ର, ଗୌରୀ ଶଙ୍କର ପାତ୍ର,ରାହୁଲ ନାଇଡୁ, ସୁଶାନ୍ତ ନାୟକ, ତୁଷାରକାନ୍ତ ଦାସ, ସୁରେନ୍ଦ୍ର ନାଥ ପଟ୍ଟନାୟକ ସହ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।

Comments are closed.