ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପରିସରରେ ଜଣେ ଛାତ୍ରଙ୍କୁ ମାଡ ଅଭିଯୋଗ ,ଟାଉନ ଥାନାରେ ମାମଲା ରୁଜୁ, ଛାତ୍ର କେ.ସାଇ କୁମାର ଅଟକ
ବ୍ରହ୍ମପୁର,୨୧/୯/୨୨/(ପିଣ୍ଟୁ ବେହେରା): ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପରିସରରେ ଆକାଶ ବେହେରା ନାମକ ଜଣେ ଛାତ୍ରଙ୍କୁ ମାଡ ମରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ମାଡ଼ ମାରିବା ଛାତ୍ରକୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଛାତ୍ର ଜଣକ କେ. ସାଇ କୁମାର ବୋଲି ଜଣାପଡ଼ିଛି । ଯିଏ କି ମହାମାରୀ ସମୟରେ ବ୍ରହ୍ମପୁର ପୁଲିସ ପକ୍ଷରୁ କୋରନାକୁ ଭୟ ନ କରିବା ସହ ମାସ୍କ ପିନ୍ଧିବାକୁ ଖଲ୍ଲିକୋଟ କଲେଜ ସମ୍ମୁଖରେ ଲୋକଙ୍କୁ ସଚେତନତା କରାଯାଉଥିବା ବେଳେ ପୁଲିସକୁ ଦୁର୍ବ୍ୟବହାର କରିଥିଲେ । ସେ ଦୁର୍ବ୍ୟବହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରଲ୍ ହୋଇଥିଲା ।ସୂଚନାଯୋଗ୍ୟ କି ଗତ ମାସରେ ଯୁକ୍ତ ୨ ଓ ଯୁକ୍ତ ୩ ପରୀକ୍ଷା ଫଳାଫଳ ବାହାରିଥିବା ବେଳେ ଏବେ କିଛି ଦିନ ହେଲା ଯୁକ୍ତ ତିନି ଏବଂ ପିଜି ଆଡ଼ମିଶନ ଚାଲିଥିଲା । ଯେଉଁ ମାନେ କମ ମାର୍କ ରଖି କୌଣସି କଲେଜରେ ସିଟ ପାଇନାହାନ୍ତି ସେମାନେ ସ୍ପଟ୍ ଆଡ଼ମିଶନକୁ କିଛି ଦଲାଲଙ୍କୁ ମୋଟା ଅଙ୍କର ପଇସା ଦେଇ ଗୋଟେ ସିଟ କରିଦେବାକୁ କହିଥାନ୍ତି । ଏହି ସମୟରେ କିଛି ଦଲାଲ ଛାତ୍ର ଓ ଅଣଛାତ୍ରମାନେ କିଛି ପିଲାଙ୍କୁ ସ୍ପଟ୍ ସିଲେକସନରେ ସିଟ କରାଇଦେବୀ କହି ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଆଜି ବିଶ୍ୱବିଦ୍ୟାଳୟରେ ଆକାଶଙ୍କୁ ରେଗିଂକୁ ନେଇ ସ୍ପଷ୍ଟ କରୁନଥିଲେ ମଧ୍ୟ ତାଙ୍କୁ କେ ସାଇ କୁମାର ମାଡ଼ ମାରିଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ମାଡ଼ ମାରିଥିବା ଛାତ୍ର କେ.ସାଇ କୁମାରକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସୁରେଶ ତ୍ରିପାଠୀ କହିଛନ୍ତି । ଅନ୍ୟପଟେ ମାଡ଼ ମାରିଥିବା ଛାତ୍ର କେ ସାଇ କୁମାର ଏବଂ ତାଙ୍କର ସହଯୋଗୀ ମାମା ବହୁ ଗିରବ ପରିବାରର ପିଲାଙ୍କ ଠାରୁ ଉକ୍ତ କଲେଜରେ ଯେ କୌଣସି ବିଭାଗରେ ଏକ ସିଟ୍ କରାଇଦେବି କହି ଟଙ୍କା ନେଇଥିବା ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ ମାଡ଼ ମାରିଥିବା ଛାତ୍ର ଜଣକ ଖଲ୍ଲିକୋଟ କଲେଜ ସମ୍ମୁଖରେ ଉଠା ଦୋକାନୀଙ୍କୁ ଧମକ ଚମ ଦେଇ ବଟି ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଅନ୍ୟପକ୍ଷେ ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ଠାରୁ ଆରମ୍ଭ କରି କିଛି ବିଶୃଙ୍ଖଳା କାର୍ଯ୍ୟ ହେଲେ ମଧ୍ୟ କଲେଜ କତ୍ତୃପକ୍ଷ ପକ୍ଷରୁ ଏ ନେଇ ଥାନାରେ କୌଣସି ଅଭିଯୋଗ କରାଯାଉନଥିବା ଜଣାପଡିଛି । ଆଜି ଯୁକ୍ତ ତିନି ପ୍ରଥମ ବର୍ଷର ଆକାଶକୁ ମାଡ଼ ହୋଇଥିବା ଘଟଣାରେ କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି ଉଭୟଙ୍କୁ ଡାକି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସମାଧାନ ନ ହେବା ଫଳରେ ଘଟଣା ଥାନାରେ ପହଁଚିଲା । ଏଠି କୁହାଯାଉଛି ଯେ, କଲେଜ କତ୍ତୃପକ୍ଷ ସବୁ ଜାଣି ଚୁପ ରହୁଛନ୍ତି କି ? ନା ଦାଦାଗିରି କରୁଥିବା ଛାତ୍ରଙ୍କୁ ପ୍ରଶ୍ରୟ ଦିଆଯାଉଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି !
Comments are closed.