ଜନ୍ମ ମାଟିରେ ପହଂଚିଲା ସନ୍ତୋଷକଂ ମର ଶରୀର, ଗାଁ ଶୋକାକୁଳ
ବ୍ରହ୍ମପୁର,୧୫ା୬(ପରାମର୍ଶ ନ୍ଯୁଜ)- କୁଏଟରେ ପ୍ରାଣହରାଇଥିବା ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲିର ସନ୍ତୋଷ ଗୌଡ (୩୫)କଂ ମରଶରୀର ଶନିବାର ନିଜ ଜନ୍ମ ମାଟିରେ ପହଁଚିଛି l ବୁଧବାର ଭୁବନେଶ୍ୱର ଏୟାର ପୋର୍ଟ ରେ ପରିବାର ସଦସ୍ୟ ଙ୍କୁ ମରଶରୀର ହସ୍ତାନ୍ତର କରାଯାଇଥିଲା l ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଜନ୍ମମାଟି ରଣଝାଲିକୁ ଅଣାଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା l ଅନ୍ୟପଟେ ମୃତକ ଙ୍କ ପରିବାର ନିକଟରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ବିଭୁତି ଜେନା, ସ୍ଵରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ,ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ, ଅରୁଣକୁମାର ପଣ୍ଡା, ଜଞ୍ଜନାରାୟଣ ଦାଶ ଙ୍କ ସମେତ ବହୁ ଭାଜପା ନେତାମାନେ ପହଁଚି ସମବେଦନା ଜଣାଇଛନ୍ତି l ରାଜ୍ୟ ସରକାର ଙ୍କ ପକ୍ଷରୁ ମୃତକ ଙ୍କ ପରିବାର କୁ ୪ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ସହାୟତା ପ୍ରଦାନ କରାଯାଇଛି | ଅନ୍ଯମାନକଂ ମଧ୍ଯରେ ପୁରୁଷୋତ୍ତମପୁର ବିଡିଓ ମନୋଜକୁମାପ ନାୟକ,ଏସଡିପିଓ ରଜନିକାନ୍ତ ସାମଲ,ତହସିଲଦାର ଲୋପାମୁଦ୍ରାରଥ,ଜିଲ୍ଲା ସହକାରୀ ଶ୍ରମଅଧିକାରୀ ରଶ୍ମୀରେଖା ପଣ୍ଡା ଉପସ୍ତିତ ରହିଥିଲୋ ସନ୍ତୋଷ କୁଏଟରେ ହାଇଓ୍ବେ ନାମକ ଏକ ସପିଙ୍ଗମହଲରେ କାର୍ଯ୍ଯ କରୁଥିଲେ । ଗତ ବୁଧବାର ଦିନ କମ୍ପାନୀରେ କାମ ସାରି ସେ ରହୁଥିବା ଘରକୁ ଫେରି ଶୋଇଥିଲେ । କିନ୍ତୁ ରାତିରେ ଶୋଇଥିବା ସମୟରେ ସେହି ଘରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ପୋଡିହୋଇ ସନ୍ତୋଷଙ୍କ ସମେତ କଟକର ଜଣେ ଓଡ଼ିଆ ଶ୍ରମିକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା ।

Comments are closed.