ବୋମା ମାଡ, ଜଣେ ଅଟକ

43

ବ୍ରହ୍ମପୁର,୧୮।୫(ପରାମର୍ଶ ନ୍ଯୁଜ)-ଶନିବାର ରାତି ବହାଦୁରପେଣ୍ଠ ଗ୍ରାମରେ ୪ଟି ବୋମା ମାଡ଼ ହେବା ସହ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ହୋଇଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି l ବହାଦୁରପେଣ୍ଠ ଗ୍ରାମର ଜି ଲୋକେଶ ରେଡି ଓ ବ୍ରହ୍ମପୁରରୁ ଗେଟ ବଜାର ସାହିର ଦିବାକର ଚୌଧୁରୀ ଓ ସାଙ୍ଗ ସାଥୀ ମାନେ ଗୋଟିଏ ଭୋଜିରେ ଶନିବାର ଯାଇଥିଲେ l ଉଭୟ ଗୋଷ୍ଟି ମଧ୍ୟ୍ୟ ରେ ବଚସା ହୋଇ ଥିଲା ଭୋଜି ସରିବା ପରେ ଲୋକେଶ ଘର କୁ ଚାଲିଯାଇଥିଲେ l ଶନିବାର ରାତ୍ର ପ୍ରାୟ ୧୧ ଟା ୪୫ ସମୟରେ ଦିବାକର ଓ ୧୦ ଜଣ ସାଙ୍ଗ ମିଶି ଲୋକେସ ଘର ପାଖକୁ ଯାଇ ଲୋକେଶକୁ ଗାଳି ଗୁଲଜ ପାଟି ତୁଣ୍ଡ କରିବା ସହ ହତ୍ୟା ଧମକ ଦେଇଥିଲେ । ଲୋକେଶ ୪ଟି ବୋମା ଦିବାକର ଉପରକୁ ଫୋପାଡ଼ି ଥିଲେ l ଫଳରେ ଦିବାକରଙ୍କ ବାମ ଗୋଡ଼ରେ ସାମାନ୍ୟ ଆଘାତ ହୋଇଥିଲା l ଏ ନେଇ ଦିବାକର ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲା l ଅଭିଯୋଗ ପ୍ରକାରେ ପୋଲିସ ମାମଲା ରୁଜୁ କରି ଘଟଣା ସ୍ଥଳରେ ଥାନା ଅଧିକାରୀ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ଥିଲେ l ବୋମ ସ୍କାର୍ଡ ପହଂଚି ତଦନ୍ତ କରିଥିଲେ l ସେଠାରୁ ଲୋକେଶ କୁ କାବୁ କରିବା ସହ ଏକ ଜୀବନ୍ତ ବୋମା ଓ ମୋବାଇଲ ଜବତ କରି ଥାନାରେ ଅଟକ ରଖି ପଚରା ଉଚରା କରୁଥିଵା ଜଣାପଡ଼ିଛି l

Comments are closed.