ବିଷ ପିଇ ଗୋଟିଏ ପରିବାରର ୩ ମୃତ
ବ୍ରହ୍ମପୁର,୮।୪(ପରାମର୍ଶ ନ୍ଯୁଜ)-ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଜଣା ପଡିଛି l ଗୋଟିଏ ପରିବାରର ମା ଓ ପୁଅ ଝିଅ ତିନିଜଣ ମାନସିକ ଭାରସ୍ୟାମ ହରାଇ କୀଟନାଶକ ପାନ କରି ଆତ୍ମହତ୍ୟା କରିଛନ୍ତି l ମୃତ୍ୟ ବରଣ କରିଥିବା ବ୍ୟକ୍ତି ମାନେ ହେଲେ
ମାଆ ଏସ ମାମlରେଡି (୪୫)ପୁଅ ରାକେଶ ରେଡ୍ଡୀ(୨୨)ଏବଂ ଝିଅ ଏସ ମିନା ରେଡ୍ଡୀ (୧୭)l ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ୍ନ ଆରମ୍ଭ କରିଛି l ଆଇପିଏସ ମନୀଷ ସଗୁନ, ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇ, ଆଇଆଇସି ସୁମିତ୍ରା ପାତ୍ର ପ୍ରମୁଖ ଘଟଣା ସ୍ଥଳରେ ପହଂଚି ମୃତକଙ୍କ ଘରୁ ଚାଉଳରେ ପୋକ ନଳାଗିବା ପାଇଁ ବ୍ୟବହାର ହେଉଥିବା କୀଟନାଶକ ପକେଟ ଜବତ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରୀ ରଖିଛନ୍ତି l ମୃତ୍ୟୁର କାରଣ ସ୍ୱଷ୍ଟ ହୋଇନଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି l ଅନ୍ୟପଟେ ଯଦି ପ୍ରେମ ବ୍ୟାପାରକୁ ନେଇ ଘଟଣା ଘଟି ଥାଏ ତାହେଲେ କୋଉ ପରିସ୍ଥିତିରେ ତିନିଜଣ କାହିଁକି ଆତ୍ମହତ୍ୟା କରିବେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଅପରାହ୍ନରେ ତିନୋଟି ଶବ ଗାଁ ରେ ପହଂଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା l ବୋହୁ ଓ ନାତି ନାତୁଣୀଙ୍କୁ ହରାଇ ଶାଶୁ ଏସ ଲକ୍ଷ୍ମୀ (୭୫) ବାହୁନି ବାହୁନି କାନ୍ଦୁଥିବା ଦେଖିବାକୁ ମିଳିଥିଲା l ଏଥିସହ ମୃତଙ୍କ ସମ୍ପର୍କୀୟ ମାନଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦlଣ୍ଡ l ଲକ୍ଷ୍ମୀଙ୍କ କହିବା ଅନୁଯାଇ ଅତି ଖୁସିରେ ପରିବାର ଚଳୁଥିବା ବେଳେ ଏଭଳି ନିସ୍ଵତୀ ସେମାନେ କାହିଁକି ନେଲେ ବୋଲି କୋହଭରା କଣ୍ଠରେ କହିଛନ୍ତି l ନାତିର କlନ୍ଧ ସେ ମଶାଣି ଯିବ ବୋଲି ଭାବୁଥିଲେ କିନ୍ତୁ ନାତି ତାଙ୍କୁ ଛାଡି ଚାଲିଗଲା ବୋଲି କହିଛନ୍ତି ମୃତ ରାକେଶଙ୍କ ଜେଜେ ମା ଏସ ଲକ୍ଷ୍ମୀ l ମିଳିଥିବା ସୂଚନା ଅନୁଯାଇ ଗତକାଲି ଗାଁର ଲୋକେ କୌଣସି ବିଷୟକୁ ନେଇ ଆଲୋଚନା ଚାଲିଥିବା ବେଳେ ଉକ୍ତ ପରିବାର କାହାର ଦେଖା ନଥିଲା l ଫଳରେ ଗାଁ ର କିଛି ବ୍ୟକ୍ତି ଘରକୁ ଯାଇ ଦେଖିଲା ପରେ ତିନିଜଣ ଘରେ ଅଚେତ ପଡ଼ିଥିଲେ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଗଞ୍ଜାମ,ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା l ଖବର ପାଇ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ ସେଠାରେ ପହଂଚି ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ନେଇଥିଲେ l ଘରୁ ନେଲା ବେଳେ ପୁଅ ରାକେଶଙ୍କ ପାଟିରୁ ଫେଣ ବାହାରୁଥିବା ମେଡିକାଲ ନେଇଥିବା ବ୍ୟକ୍ତି ସୂଚନା ଦେଇଛନ୍ତି l ପ୍ରଥମେ ମାଆ ପରେ ପୁଅ ଏବଂ ରାତି ତିନିଟାରେ ଆୟୁସୁରେ ଥିବା ଝିଅ ମିନାଙ୍କ ମୃତ୍ୟୁ ଘଟିଥିଲା ବୋଲି ସେ କହିଛନ୍ତି l ଛତ୍ରପୁର ମେଡିକାଲରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସୀନଥିଲା ଫଳରେ ଏକ ଘଣ୍ଟା ବିଳମ୍ବରେ ଏକ ପ୍ରାଇଭେଟ ଗାଡିରେ ସେମାନଙ୍କୁ ନିଆ ଯାଇଥିଲା ବୋଲି ସେହି ଗ୍ରାମର ଏସ ରାମଚନ୍ଦ୍ର ରେଡି ସୂଚନା ଦେଇଛନ୍ତି l ପୂର୍ବରୁ ତିନି ବର୍ଷ ପୂର୍ବେ ସ୍ୱାମୀ ରବୀନ୍ଦ୍ରଙ୍କ ଚେନାଇରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା l ଆଉ ସପ୍ତାହ ପରେ ମୃତକଙ୍କ ପରିବାରକୁ ପନ୍ଦର ଲକ୍ଷ ଟଙ୍କା ମିଳିଥାନ୍ତା l ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ମୁଲଲାଗି ପରିବାର ଚଳାଇ ଆସୁଥିଲେ l ମୃତ ରାକେଶ ବ୍ରହ୍ମପୁରରେ ଡିପ୍ଲୋମା ପ୍ରଥମ ବର୍ଷ ଛାତ୍ର ଥିଲା ବେଳେ ଝିଅ ଯୁକ୍ତ ଦୁଇରେ ପାଠ ପଡୁଥିଲେ l ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ସୂଚନା ମିଳିଛି।
Comments are closed.