ବ୍ରହ୍ମପୁର,୧୩/୯/୨୨/: ବ୍ରହ୍ମପୁର ସହର ଉପକଣ୍ଠ ତଥା ସଦରଥାନା ଅନ୍ତର୍ଗତ ଚଣ୍ଡୀପଦର-ରେଗିଡ଼ି ମଝିରାସ୍ତାରେ ରାଜନୈତିକ ଶତ୍ରୁତାକୁ ନେଇ ପୁରୁଷୋତ୍ତମପୁର ଥାନା ଅଧିନ ରିସୀପୁର ପଞ୍ଚାୟତର ପରାଜିତ ସମିତିସଭ୍ୟା ପାର୍ଥିନୀଙ୍କ ସ୍ଵାମୀ ପୂର୍ଣ୍ଣଚନ୍ଦ୍ର ନାହାକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଖବର ପାଇଁ ଘଟଣା ସ୍ଥଳେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଥାନା ଅଧିକାରୀ ମହେନ୍ଦ୍ର ସାହୁ ପହଞ୍ଚି ଆହତ ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇ ତଦନ୍ତ କରିଛି । ମିଳିଥିବା ସୂଚନା ପ୍ରକାରେ କୌଣସି ଏକ ମାମଲାର ସାକ୍ଷୀ ଦେବା ପାଇଁ ଆଜି ପୂର୍ଣଚନ୍ଦ୍ର ବାଇକ୍ରେ ସକାଳ ୧୦ଟା ସମୟରେ ବ୍ରହ୍ମପୁର ଆସୁଥିବା ବେଳେ ସଦରଥାନା ଅନ୍ତର୍ଗତ ଚଣ୍ଡୀପଦର ରେଗଡି ଛକ ମଝି ରାସ୍ତାରେ ପୂର୍ବରୁ ଛପି ରହିଥିବା ପୂର୍ଣ୍ଣଙ୍କ ଶତ୍ରୁମାନେ ତାଙ୍କ ଗୋଡକୁ ଲକ୍ଷ କରି ଖଣ୍ଡାରେ ହାଣିଥିଲେ । ପୂର୍ଣ୍ଣ ତଳେ ପଡିଯିବା ପରେ ତାଙ୍କୁ ୬ଜଣ ଯୁବକ ଆକ୍ରମଣ କରି ଚାଲିଥିଲେ । ରକ୍ତାକ୍ତ ଅବସ୍ଥାରେ ପୂର୍ଣ୍ଣ ରାସ୍ତାରେ ପଡିଥିବା ବେଳେ ଜଣେ ହତ୍ୟାକାରୀ ପୂର୍ଣ୍ଣଙ୍କ ପତ୍ନୀ ମିନତୀ ନାହାକଙ୍କୁ ଫୋନ୍ କରି ତୁମ ସ୍ୱାମୀଙ୍କୁ ହାଣିଦେଲୁ ରାସ୍ତାରେ ପଡିଛି ତୁରନ୍ତ ମେଡିକାଲ ନିଅ ବୋଲି କହି ଫୋନ୍ କାଟି ଦେଇଥିଲେ । ଏହିଭଳି ନିର୍ମମ ହତ୍ୟା କରିବା ପରେ ପୂର୍ଣ୍ଣଙ୍କୁ ଏମକେସିଜି ଅଣାଯାଇଥିଲା । ଏଠାରେ କିଛି ସମୟର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଠାରେ ଉପସ୍ଥିତ ଥିବା ପୂର୍ଣ୍ଣଙ୍କ ସ୍ତ୍ରୀ ମିନତୀ ଗଣମାଧ୍ୟମଙ୍କୁ କହିଲେ କି, ମୁଁ ଗତ ପଞ୍ଚାୟତ ନିର୍ବାଚନରେ ରିସୀପୁର ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚନ ଲୋଡ଼ି ପରାଜୟ ହୋଇଥିଲି । କିନ୍ତୁ ନିର୍ଵାଚନ ଆରମ୍ଭ ଠାରୁ ଏବେ ପଯ୍ୟନ୍ତ ଆମର ଶତ୍ରୁ ମାନେ ଆମକୁ ବହୁତ ହଇରାଣ ହତକରତ କରୁଥିଲେ। ଆଜି ପୂର୍ଣ୍ଣ ବ୍ରହ୍ମପୁର ଆସିବା ଖବର ପାଇ ଶତ୍ରୁମାନେ ତାଙ୍କ ପିଛା କରି ତାଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଘଟଣାସ୍ଥଳକୁ ପୁରୁଷୋତ୍ତମପୁର ଥାନା ପୁଲିସ, ସଦରଥାନା ପୁଲିସ ଓ ସାଇନ୍ଟିଫିକ୍ ଟିମ୍ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ଣ୍ଣଙ୍କ ନାମରେ ମଧ୍ୟ ପୂର୍ବରୁ କିଛି ମାମଲା ରହିଥିଲା । ଦୀର୍ଘ ଦିନର ଶତ୍ରୁତା ସହ ରାଜନୈତିକ ଶତ୍ରୁତା ହିଁ ପୂର୍ଣ୍ଣଙ୍କ ହତ୍ୟାର ମୁଖ୍ୟ କାରଣ ବୋଲି ପୁଲିସ ଅନୁମାନ କରୁଛି ।
Comments are closed.