ବୁଲେଟ୍ ଗାଡ଼ିରେ ଓଡିଶା ପୋଲିସ ଷ୍ଟିକର ଲଗାଇଥିବା ଅଭିଯୋଗରେ ଯୁବକ ଗିରଫ
ବ୍ରହ୍ମପୁର,୨୭/୮/ ୨୨:(ପିଣ୍ଟୁ ବେହେରା): ସରକାର ଯେତେ ନିୟମ କଡାକଡି କଲେ ମଧ୍ୟ ଆଜିର ଯୁବପିଢ଼ିଙ୍କ ପାଇଁ କିଛି ଖାତିର ନାହିଁ ।ଯାହା ଫଳରେ ସରକାରଙ୍କ ବିଭିନ୍ନ ନିୟମକୁ ଉଲଂଘନ କରିବା ସହ ପୁଲିସ ଯାଞ୍ଚରୁ ବର୍ତ୍ତିବା ପାଇଁ ନିଜର ଗାଡିର ପଛ ଭାଗ ଓ ସମ୍ମୁଖପଟ ନମ୍ବର ପ୍ଲେଟରେ କିଏ ଆର୍ମି ଷ୍ଟିକର ମାରୁଛି ତୋ ଆଉ କିଏ ସାମ୍ବାଦିକ ଓ ଆଇନଜୀବୀ ଷ୍ଟିକର ମାରି ଅତି ସୁରୁଖୁରୁରେ ପୁଲିସ ଆଖିରେ ଧୂଳି ଦେଇ ଖସିଯାଉଛନ୍ତି । ତେବେ ଆଜି ବଡ ବଜ଼ାର ପୁଲିସ ଏହିଭଳି କ୍ଷେତ୍ରରେ ଜଣେ ଯୁବକକୁ ଗିରଫ କରିବା ସହ ତାଙ୍କ ବୁଲେଟ୍ ଗାଡିକୁ ମଧ୍ୟ ଜବତ କରିଛି । ଗିରଫ ଯୁବକ ଜଣକ ହେଲେ ବଡବଜ଼ାର ଥାନା ଅନ୍ତର୍ଗତ କୋଠରୀ ମନ୍ଦିର ସାହିର ସୂର୍ଯ୍ୟ ନାରାୟଣ ସାହୁ (୩୦) । ସୂଚନା ଥାଉ କି ସୂର୍ଯ୍ୟ ନାରାୟଣ ନିଜ ବୁଲେଟ ବାଇକରେ ‘ଓଡ଼ିଶା ପୋଲିସ’ର ଷ୍ଟିକର ଲଗାଇବା ସହ ନିଜକୁ ପୁଲିସ କହି ବୁଲୁଥିବା ବେଳେ ଆଜି ପୁଲିସ ହବୁଡ଼ାରେ ପଡିଯାଇଥିଲା। ଆଜି ବଡ଼ବଜ଼ାର ଥାନା ପୁଲିସ ପକ୍ଷରୁ ରାସ୍ତାରେ ଯାଉଥିବା ଗାଡିକୁ ଅଟକାଇ ଯାଞ୍ଚ କରିବା ସହ ହେଲମେଟ୍ ,ଗାଡିର ଆରସି ଏବଂ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରୁଥିବା ସମୟରେ ଜଣେ ଯୁବକ ରୟାଲ ଇନଫିଲଡ ଗାଡି (ଓଡ଼ି-୦୭ୟୁ-୭୬୬୬ )ନମ୍ବର ବିଶିଷ୍ଟ ଗାଡିର ପଛପଟ ପ୍ଲେଟରେ ଓଡିଶା ପୁଲିସ ଲେଖା ହେଇଥିବା ଦେଖି ସନ୍ଦେହରେ ବଡବଜ଼ାର ପୁଲିସ ଉକ୍ତ ଗାଡିକୁ ଅଟକାଇ ଗାଡିର କାଗଜ ପତ୍ର ଦେଖିବାକୁ ପୁଲିସ କହିଥିଲା । ସୂର୍ଯ୍ୟ କାଗଜପତ୍ର ଦେଖାଇବା ବଦଳରେ ମୁଁ ପୁଲିସ ବିଭାଗରେ ଚାକିରି କରୁଛି ବୋଲି ପୁଲିସକୁ କହିଥିଲେ । ବଡ଼ ବଜାର ପୁଲିସ ଏହାର ତଦନ୍ତ କରିଥିଲେ । ତଦନ୍ତ ବେଳେ ଜାଣିବାକୁ ପାଇଥିଲେ କି ଉକ୍ତ ଯୁବକ ଜଣକ ଏକ ବ୍ୟବସାୟ ଅଟନ୍ତି। ଏହା ପୁଲିସ ୧୯୬/୧୭୭ ରେ ଏକ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବଡ଼ବାଜ଼ାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।
Comments are closed.