ଗୋପାଳପୁର ବୁଲା ହେଲା କାଳ: ସାଙ୍ଗଙ୍କ ସହ ବୁଲିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ, ଅନ୍ୟ ୫ ଗୁରୁତର
ଛତ୍ରପୁର,୨୯/୮/୨୨/(ପିଣ୍ଟୁ ବେହେରା):ଗୋପାଳପୁର ବୁଲିବା ହେଲା କାଳ । ଏକ କାରରେ ସାଙ୍ଗମାନଙ୍କ ସହ ବୁଲିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ । ଅନ୍ୟ ୫ଜଣ ଛାତ୍ର ଗୁରୁତର ଆହତ । ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଆସି ଫେରୁଥିବା ବେଳେ ଗଞ୍ଜାମ ଥାନା ଅଗସ୍ତିନୁଆଁ ଗାଁ ଛକ ନିକଟରେ କାର ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଦେବରାଜ ମୃତ୍ୟୁ ହୋଇଥିବା ବେଳେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ ସରକାର, କୁମାର ଜନ୍ମଜୟ ଗୁରୁତର ଆହତ ହୋଇ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତି ହୋଇଛନ୍ତି। ମିଳିଥିବା ସୂଚନା ପ୍ରକାରେ ଭୁବନେଶ୍ୱର ଆଇଟିଆର ଇଂଜିନିୟରିଂ କଲେଜର ଉପରୋକ୍ତ ସମସ୍ତ ଛାତ୍ରମାନେ ଗତକାଲି ଗୋପାଳପୁର ବୁଲିବାକୁ ଆସିଥିଲେ । ଆଜି ସକାଳୁ ଫେରୁଥିବା ବେଳେ ଗଞ୍ଜାମ ଥାନା ଅଗସ୍ତିନୁଆଁ ଗାଁ ଛକ ନିକଟ ଡିଭାଇଡରକୁ ପିଟି ହୋଇ ଏକ ଟ୍ରକକୁ ଧକା ଦେଇଥିଲା କାର । ଘଟଣାସ୍ଥଳରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳେ ଗଞ୍ଜାମ ପୁଲିସ ପହଞ୍ଚି ଅନ୍ୟ ୫ଜଣ ଗୁରୁତରଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲା । ଏଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାଗୁରୁତର ହେବାର ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠା ଯାଇଥିଲା । ଗଞ୍ଜାମ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।
Comments are closed.