କର୍ପୋରେଟର ଟିମକୁ ହରାଇ ମିଡ଼ିଆ ଇଲେଭେନ୍ ବିଜୟୀ
ବ୍ରହ୍ମପୁର,୨୫/୮/୨୨/(ପିଣ୍ଟୁ ବେହେରା):ସ୍ୱାୟତ୍ତଶାସନ ଉପଲକ୍ଷେ ଆଜି ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ବନ୍ଧୁତ୍ୱ କ୍ରିକେଟ ମ୍ୟାଚ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ଅତିରିକ୍ତ ଆୟୁକ୍ତ ନୀଳମାଧଵ ଭୋଇ ଯୋଗ ଦେଇ ଉକ୍ତ ମ୍ୟାଚକୁ ଉଦଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ବନ୍ଧୁତ୍ୱ ମ୍ୟାଚରେ ମିଡ଼ିଆ ଇଲେଭେନ୍ ବନାମ୍ କର୍ପୋରେଟରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କର୍ପୋରେଟରଙ୍କ ତରଫରୁ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା ଅଧିନାୟକ ଭାବେ ଟିମ ସମ୍ଭାଳିଥିବା ବେଳେ, ମିଡ଼ିଆ ଇଲେଭେନ୍ ତରଫରୁ ଚିରଞ୍ଜିତ ରାଜଗୁରୁ ଅଧିନାୟକ କରିଥିଲେ । ମିଡ଼ିଆ ଇଲେଭେନ୍ ଟସ୍ ଜିତି ପ୍ରଥମେ ବୋଲିଙ୍ଗର ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଅଧିନାୟକ ବିକ୍ରମ କୁମାର ପଣ୍ଡା ପ୍ରଥମେ ବ୍ୟାଟିଙ୍ଗ କରି ୬ଟି ବଲ୍ ଖେଳି ୫ ରନ କରି ଆଉଟ ହୋଇଯାଇଥିବା ବେଳେ କର୍ପୋରେଟର ତ୍ରିପତି ପାତ୍ର ଧୂଆନ୍ଦାର ୨୪ଟି ବଲ୍ ରେ ୨୪ ରନ ଏବଂ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି ୫ଟି ବଲ ଖେଳି ୧୩ ରନ କରିଥିଲେ । କର୍ପୋରେଟର ଟିମ ନିର୍ଦ୍ଧାରିତ ୧୫ ଓଭର୍ ମ୍ୟାଚରେ ମାତ୍ର ୧୨ ଓଭର୍ ଖେଳି ସମସ୍ତ ଉଇକେଟ ହରାଇ ମୋଟ ୭୯ ରନ କରି ମିଡ଼ିଆ ଇଲେଭେନ୍ ୮୦ ରନ ଟାର୍ଗେଟ ଦେଇଥିଲେ । ଏହି ଟାର୍ଗେଟକୁ ନେଇ ପ୍ରଥମେ ଆଶୀର୍ବାଦ ରାଉତ ଏବଂ ପ୍ରଭଞ୍ଜନ ମିଶ୍ର ଫିଲଡ଼କୁ ଓଲ୍ହାହିଁ ଥିଲେ । ପ୍ରଭଞ୍ଜନ ୧୨ଟି ବଲ ଖେଳି ୭ ରନ କରି ଆଉଟ ହୋଇଥିବା ବେଳେ ଆଶୀର୍ବାଦଙ୍କ ସହ ଗୋପାଳ ରେଡ୍ଡୀ ଫିଲଡ଼ରେ ରହି ୮୦ରନ ବିଜୟୀ ହୋଇଥିଲେ । ଏଥିରେ ଆଶୀର୍ବାଦ ୩୨ଟି ବଲ ଖେଳି ୫୪ ରନ କରି ଅପରାଜିତ ରହିଥିଲେ । ମିଡ଼ିଆ ଇଲେଭେନ୍ କେବଳ ୮ ଓବର ୩ଟି ବଲ ଖେଳି ଗୋଟିଏ ଉଇକେଟ ହରାଇ ୮୦ ରନ କରି ବିଜୟୀ ହୋଇଥିଲେ । ୯ ଗୋଟି ଉଇକେଟରେ ମ୍ୟାଚ ଜିତିଲା ମିଡ଼ିଆ ଇଲେଭେନ୍ । ମିଡ଼ିଆ ଇଲେଭେନ୍ ତରଫରୁ ବୋଲିଙ୍ଗରେ ମନୋଜ କୁମାର ପଣ୍ଡା ୩ ଓଭର ପକାଇ ୧୩ ରନ ଦେଇ ୩ ଗୋଟି ଉଇକେଟ ଅକ୍ତିହାର କରିଥିଲେ ଓ ଗୋପାଳ ରେଡ୍ଡୀ ୨ ଓଭର ପକାଇ ୧୫ ରନ ଦେଇ ୩ ଗୋଟି ଉଇକେଟ ସେହିପରି ଚିରଞ୍ଜିତ ରାଜଗୁରୁ ଓ ବାବୁଲା ପାଣିଗ୍ରାହୀ ଗୋଟିଏ ଗୋଟିଏ ଉଇକେଟ ଅକ୍ତିହାର କରିଥିଲେ । ଆଜିର ମ୍ୟାଚର ଅମ୍ପାୟାର ଭାବେ ସୁରଜ ଏବଂ ଈଶ୍ୱର ମେଚ ପରିଚଳନା କରିଥିଲେ । ଆଜିର ମ୍ୟାଚରେ ଆଶୀର୍ବାଦ ୪ଟି ଛକା ଏବଂ ୫ଟି ଚୌକା ମାରିଥିବାରୁ ତାଙ୍କୁ ମ୍ୟାନ ଅଫି ଦି ମ୍ୟାଚ୍ ଘୋଷଣା କରାଯିବା ସହିତ ୪ଟି ଛକା ପାଇଁ ବିଜେଡ଼ି ନେତା ଭୀମସେନ ଦଳେଇ ସ୍ବତନ୍ତ୍ର ଭାବେ ପୁରସ୍କୃତ କରିଥିଲେ । ଆସନ୍ତା ୩୧ ତାରିଖରେ ସ୍ବାୟତ ଶାସନ ଦିବସ କାର୍ଯ୍ୟକ୍ରମରେ ଚାମ୍ପିୟନ୍ ଟିମକୁ ଟ୍ରଫି ପ୍ରଦାନ କରାଯିବ।
Comments are closed.