ଡିଭାଇଡରକୁ ବାଡ଼େଇ ହୋଇ ଚାଲିଗଲା ଦୁଇଯୁବକଙ୍କ ଜୀବନ

22,052

ଛତ୍ରପୁର,୨୫/୮/୨୨/(ପିଣ୍ଟୁ ବେହେରା):ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ । ମୃତକମାନେ ହେଲେ ବ୍ରହ୍ମପୁର ବ୍ରହ୍ମା ନଗରର ସୁମନ ଦାସ ଓ ହିଞ୍ଜିଳି କଞ୍ଚୁଡୁର ଦଣ୍ଡ ପାଳ । ସୂଚନାଯୋଗ୍ୟ କି ଆଜି ସକାଳ ପ୍ରାୟ ୮ଟା ୧୦ ସମୟରେ ସୁମନ ଓ ଦଣ୍ଡ କୌଣସି କାମରେ ବ୍ରହ୍ମପୁରରୁ ବାହାରି ଛତ୍ରପୁରକୁ ଯାଉଥିବା ବେଳେ ଛତ୍ରପୁର ଜାତୀୟ ରାଜପଥ ସ୍ଥିତ ବାୟା ରେଷ୍ଟୁରାଣ୍ଟ ନିକଟସ୍ଥ ରାସ୍ତା ଉପରେ ରହିଥିବା ଡିଭାଇଡରକୁ ବାଡ଼େଇ ହୋଇ ରାସ୍ତା ମଝିରେ ହିଁ ଛିଟିକି ହୋଇ ପଡ଼ିଥିଲେ । ଯାହା ଫଳରେ ଘଟଣା ସ୍ଥଳେ ହିଁ ଦୁହେଁଙ୍କର ମୃତ୍ୟୁ ଘଟିଥିଲା । ଦ୍ରୁତଗତି ଆସି ଡିଭାଇଡରକୁ ବାଡେଇ ହୋଇଥିବା ଜଣାପଡିଛି । ଗାଡ଼ି ଏତେ ଦ୍ରୁତଗତି ଥିଲା ଯେ ଡିଭାଇଡରକୁ ପିଟି ହେଲା ପରେ ସୁମନ ଓ ଦଣ୍ଡ ଦୁହେଁ ଘଟଣା ସ୍ଥଳରୁ ୧୦ମିଟର ଦୂରରେ ଛିଟିକି ପଡ଼ିଥିଲେ । ଉଭୟେ ବ୍ରହ୍ମପୁରରୁ ବାହାରି ଛତ୍ରପୁର ଅଭିମୁଖେ କେଉଁ ଆଡେ ଯାଉଥିଲେ । ଘଟଣା ସ୍ଥଳେ ଛତ୍ରପୁର ଥାନା ପୁଲିସ,ଅଗ୍ନୀଶ୍ରମ ବାହିନୀ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

Comments are closed.