୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବିଦେଶୀ ମଦ ସହ ଅଟୋ ଜବତ, ଦୁଇ ଗିରଫ
ବ୍ରହ୍ମପୁର୯/୯/୨୨/(ପିଣ୍ଟୁ ବେହେରା) : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା । ନକଲି ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ଖବର ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗରର ଏସଆଇ ଅନ୍ତର୍ଯ୍ୟାମୀ ସାହୁଙ୍କୁ ଖବର ମିଳିଥିଲା ।ପରେ ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଡେପୁଟି ସୁପରିଟେଣ୍ଡେଣ୍ଟ କୁବେରୀ ସେଠୀଙ୍କ ନେତୃତ୍ବରେ ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ,ଗୀତାଞ୍ଜଳି ସାହୁ ଓ ବିଭାଗୀୟ କର୍ମୀମାନେ ଏକ ଅଟୋକୁ ପିଛା କରି ବ୍ରହ୍ମପୁରସହର ଉପକଣ୍ଠ ପୋକଡ଼ି ବନ୍ଧ ଛକ ନିକଟରେ ଅଟୋକୁ କାବୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆକାଶ ବେହେରା ଓ ମୁନା ସାବତ । ସେମାନଙ୍କ ନିକଟରୁ ୧୦୦ ଏମ.ଏଲ ବିଶିଷ୍ଟ ୩୮୪ଟି ଭର୍ତ୍ତି ଥିବା ନକଲି ମଦ, ୫ ହଜାର ଲେବୁଲ ଓ ୫ ହଜାର ଠିପି ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ପରେ ଗିରଫ ଅଭିଯୁକ୍ତଙ୍କ ଠାରୁ ତଥ୍ୟକୁ ସଂଗ୍ରହ କରି ଅବକାରୀ ଗୁଇନ୍ଦା ବିଭାଗ ବଡ଼ବଜାର ଥାନା ଅଧିନ ଫାଷ୍ଟଗେଟ ନିକଟରେ ଥିବା ଏକ ଭଡ଼ା ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଉକ୍ତ ଭଡ଼ା ଘରେ ନକଲି ମଦ ପ୍ରସ୍ତୁତ ହେଉଥିବା ଜାଣିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଘରେ ବଡ ବଜାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଅନ୍ୟ ବ୍ରାଣ୍ଡର ଆଉ ୮୧୬ ବୋତଲ, ୪୦ ଲିଟର ହୋମିଓପ୍ୟାଥିକ ସ୍ପିରିଟ, ୫ ହଜାର ଲେବୁଲ୍ ସହ ୫ ହଜାର ଠିପିକୁ ଜବତ କରିବାରେ ସଫଳ ହୋଇଥିଲେ । ସମସ୍ତ ନକଲି ବିଦେଶୀ ମଦର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀ କହିଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଏଭଳି ନକଲି ମଦ ପ୍ରସ୍ତୁତ କରି ଗଞ୍ଜାମ ଜିଲ୍ଲା ସମେତ ବାହାର ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀ କହିଛନ୍ତି ।

Comments are closed.