୧୧ପେଟି ନକଲି ବିଦେଶୀ ମଦ ଜବତ ;ଦୁଇ ଗିରଫ :ମୁଖ୍ୟ ଅଭିଯୁକ୍ତ ଫେରାର୍
ବ୍ରହ୍ମପୁର,୯/୯/୨୨/(ପିଣ୍ଟୁ ବେହେରା): ଗଞ୍ଜାମ ଜିଲ୍ଲାରେ ମଦର ବନ୍ୟା ନୂଆ ନୁହେଁ । କେତେବେଳେ ଜଙ୍ଗଲ ଭିତରେ ମଦ ପୋଚ ତ କେତେବେଳେ ବେଆଇନ ନକଲି ମଦ ପ୍ରସ୍ତୁତି । ନକଲି କାରବାରରେ ବୁଡ଼ି ରହିଛି ବ୍ରହ୍ମପୁର ସହର, ଗତ କିଛିମାସ ଧରି ଚାଲିଥିଲା ନକଲି ମଦ କାରବାର । ଦିନକୁ ଦିନ ମାର୍କେଟରେ ନକଲି ସାମଗ୍ରୀର ସଂଖ୍ୟା ବଢିବାକୁ ଲାଗିଲାଣି । ଏପଟେ ସହରର ଜନଗହଳି ବଢିବାର ଫାଇଦା ମାରୁଛନ୍ତି ନକଲି ସାମଗ୍ରୀ ପ୍ରସ୍ତୁତି କରୁଥିବା ବେପାରୀ । ଲଗାତାର ସହରରେ ବଢିବାର ଲାଗିଛି ନକଲି ସାମଗ୍ରୀର ମାର୍କେଟ । ଆଜି ବଡ଼ ବଜାର ଥାନା ଅନ୍ତର୍ଗତ ଓମ୍ ନଗର ତୃତୀୟ ଲାଇନ ଠାରେ ନକଲି ମଦ ପ୍ରସ୍ତୁତି ହେଉଥିବା ଘରେ ପୁଲିସ ଚଢ଼ାଉ କରି ଦୁଇ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶର ଇଟାୱାର ମହମ୍ମଦ ତହୀଦ୍ ,ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କୁନା ସ୍ୱାଇଁ । ଏମାନଙ୍କ ନିକଟରୁ ପୁଲିସ ଭର୍ତ୍ତି ଥିବା ୧୧ପେଟି ମଦ ସହ ଗୋଟିଏ ଗ୍ଲାମର ବାଇକକୁ ଜବତ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଓମ୍ ନଗର ତୃତୀୟ ଲାଇନ ଠାରେ ଏକ ଘରେ ନକଲି ମଦ ପ୍ରସ୍ତୁତ ହେଉଥିବା ଖବର ବଡ ବଜାର ଥାନା ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା । ପରେ ଥାନା ଅଧିକାରୀ ଶ୍ରୀ ଭୁପତି ଏବଂ ଏସଆଇ ରଞ୍ଜିତ କୁମାର ଦାସ ଓ ତାଙ୍କ ଟିମ ଉକ୍ତ ଘରେ ପହଞ୍ଚି ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଗୋଟିଏ ପେଟିରେ ରୋମ, ହୁସ୍କି ଭଳି ବିଭିନ୍ନ ବ୍ରାଣ୍ଡର ଗୋଟିଏ ପେଟିରେ ୪୮ଟି ମଦ ଭର୍ତ୍ତି ଥିବାର ୧୧ପେଟି ଜବତ କରିଥିଲା । ତାହା ସହ ୫ଲିଟର ସ୍ପିରିଡ଼,ଲେବୁଲ୍ ,ଠିପି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ବଡ଼ ବଜାର ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁଇ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ ପାଇଁ ପଚାଉଚାରା କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ଫେରାର୍ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଆସନ୍ତା କାଲି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି
Comments are closed.