ବ୍ୟାଟେରୀ ଗାଡ଼ି ଶୋ’ ରୁମରୁ ଗୁଟଖା ଜବତ ଘଟଣା , ଜେଲ ଗଲେ ଶୋ ରୁମ ମାଲିକ ,ସହଯୋଗୀ ଫେରାର

1,606

ବ୍ରହ୍ମପୁର୧୦/୯/୨୨/: ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ -ଦିଗପହଣ୍ଡି ଯିବା ରାସ୍ତାରେ ଥିବା ବ୍ୟାଟେରୀ ଗାଡ଼ି ଶୋ’ ରୁମରୁ ଗୁଟଖା ଜବତ ଘଟଣାରେ ଆଜି ଭାଇରଲ୍ ବଏ ତଥା କାଳୁପାତ୍ର ସାହିର ଅରୁଣ ସାହୁଙ୍କୁ କୋର୍ଟ ଚାଲାଣ କରିଛି ବଡ ବଜାର ଥାନା ପୁଲିସ। ଗାଡ଼ି ସୋ ରୁମ ଭିତରେ ବେଆଇନ ଗୁଟଖା ପ୍ରସ୍ତୁତ ହେଉଥିବାରୁ ପୁଲିସ ସେଠାରୁ ୧୭ଟି ବ୍ୟାଟେରୀ ଗାଡିକୁ ମଧ୍ୟ ଜବତ କରିଛି । ଲକ୍ଷାଧିକ ଟଙ୍କାର ପ୍ରସ୍ତୁତି ସାମଗ୍ରୀ, ୫ଲକ୍ଷ ଟଙ୍କାର ମେସିନ୍ ଓ ୩୦ବସ୍ତାରୁ ଉର୍ଦ୍ଧ୍ବ ଗୁଟଖା ଜବତ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ଫେରାର ଥିବା ସହଯୋଗୀକୁ ପୁଲିସ ଖୋଜୁଥିବା ଜଣାପଡିଛି । ସୂଚନାଯୋଗ୍ୟ କି ଅଭିଯୁକ୍ତ ଅରୁଣ ବିଭିନ୍ନ ବ୍ୟବସାୟୀ କରୁଥିଲେ । ଏବେ ସେ ଏକ ବ୍ୟାଟେରୀ ଗାଡ଼ି ଶୋ ରୁମ କରିଥିଲେ । ବ୍ୟାଟେରୀ ଗାଡ଼ିରେ ଅଧିକ ଲାଭ ନ ମିଳିବାରୁ ସେ କିଛି ଦିନ ହେଲା ଏହି ଗୁଟଖା ମେସିନ ଆଣି ବ୍ୟବସାୟୀ ଆରମ୍ଭ କରିଥିଲେ । ଏହି ଗାଡ଼ି ସୋ ରୁମରେ ହିଁ ୫ଲକ୍ଷ ଟଙ୍କାର ମେସିନ ରଖି ଗୁଟଖା ପ୍ରସ୍ତୁତ କରି ତାହାକୁ ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଉଥିଲେ ।ହେଲେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗତକାଲି ଚଢ଼ଉ କରି ସେଠାରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବସ୍ତା ଗୁଟଖା ଏବଂ ୧୭ଟି ବ୍ୟାଟେରୀ ଗାଡ଼ି ଜବତ କରିଥିଲା ।ଅରୁଣ ପ୍ରସ୍ତୁତି ସମ୍ପର୍କିତ କୌଣସି ଲାଇସେନ୍ସ କାଗଜପତ୍ର ଦେଖାଇପାରିନଥିବା ଯୋଗୁଁ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିଛି ବର୍ଷ ତଳେ ଅରୁଣଙ୍କ ଏକ ଭିଡ଼ିଓ ସୋସିଆଲ ମେଡିଆରେ ଭାଇରଲ ହୋଇ ପୁରାଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ବେଆଇନ ଗୁଟଖା ପ୍ରସ୍ତୁତି ଅଭିଯୋଗରେ ଗିରଫ ହୋଇ ଜେଲ ଯିବା ଘଟଣା ସହରର ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.