ସରିଲା ପିପିଲି ନିର୍ବାଚନ ପ୍ରଚାର ଲଢେଇ , ବିଜେଡ଼ିରେ ଯୋଗ ଦେଉଛନ୍ତି ଜଣଙ୍କ ପରେ ଜଣେ ବିଜେପି ଓ କଂଗ୍ରେସ ର କର୍ମୀ ।

188

ଭୁବନେଶ୍ୱର,୨୭/୦୯/୨୧/(ପରାମର୍ଶ ନ୍ୟୁଜ୍):ପିପିଲି ଉପନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି । ଆଜି ସରିଛି ଉପନିର୍ବାଚନ ପାଇଁ ପ୍ରଚାର । ଶେଷଥର ପାଇଁ ଆଜି ଭୋଟରଙ୍କ ଦୁଆରକୁ ଦୁଆର ଯାଇ ଭୋଟ ଭିକ୍ଷା କରୁଛନ୍ତି ତିନି ପ୍ରମୁଖ ଦଳ ବିଜେଡ଼ି ବିଜେପି ଓ କଂଗ୍ରେସ ପାର୍ଥୀ । ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀ ନିଜଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଆଜି ଡୋର୍ ଟୁ ଡୋର୍ ଓ ଗାଁ ଗାଁରେ ବୁଲି ଜନ ସମର୍ଥନ ମାଗିଛନ୍ତି ତିନି ଦଳର ପ୍ରାର୍ଥୀ । ବିଜେପି ଓ କଂଗ୍ରେସ କୁ ଶକ୍ତ ଝଟକା । ପ୍ରଚାର ର ଶେଷ ଦିନରେ ଅର୍ଥାତ ଆଜି ବିଜେପି ଓ କଂଗ୍ରେସ କର୍ମୀ ମାନେ ନିଜ ଦଳ ଛାଡି ବିଜେଡ଼ିରେ ମିଶି ଥିବା ଦେଖିବାକୁ ମିଳିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୧ବର୍ଷର ସ୍ୱଚ୍ଛ , ନିର୍ମଳ ଶାସନ ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ କାର୍ଯ୍ୟଶୈଳୀରେ ଆକୃଷ୍ଟ ହୋଇ ଅଭୟମୁଖୀ ପଞ୍ଚାୟତ ର ୧ନଂ ୱାର୍ଡ,୧୩ନଂ ୱାର୍ଡ, ୧୫ ନଂ ୱାର୍ଡ ର ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ଯୋଗ ଦେଇଛନ୍ତି । ସେମାନେ ହେଲେ ବିଜେପି କର୍ମୀ ଅବକାଶ ଜେନା,ପବିତ୍ର ସ୍ୱାଇଁ ଓ କଂଗ୍ରେସ ସମିତି ସଭ୍ୟ ନବ କିଶୋର ଭୋଇ, ରବିନ୍ଦ୍ର ଭୋଇ । ଦଳରେ ନୂତନ ଭାବେ ଯୋଗ ଦେଇଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଅଭୟମୁଖୀ ପଂଚାୟତ ଦାଇତ୍ୱରେ ଥିବା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ତାଙ୍କୁ ଉପଢୌକନ ପିନ୍ଧାଇ ଦଳ କୁ ସ୍ୱାଗତ କରିବା ସହ ଦଳ କୁ ସୃଦୁଢ କରିବା ପାଇଁ ପରାମର୍ଶ ଦେବା ସହ ଗୁରୁମନ୍ତ୍ର ଦେଇଥିଲେ । ନୂତନ ଭାବେ ବିଜେଡ଼ିରେ ଯୋଗ ଦେଇଥିବା କର୍ମୀ ମାନେ କହିଛନ୍ତି କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ଓ ଉନ୍ନତି ମୂଳକ କାଯ୍ୟକୁ ନେଇ ଲୋକଙ୍କ ନିକଟରେ ପହଁଞ୍ଚିବୁ । ପିପିଲିରେ ହୋଇଥିବା ଉନ୍ନତି ମୂଳକ କାଯ୍ୟରେ ଲୋକେ ଅନୁପ୍ରାଣିତ ହୋଇ ଭୋଟର ବିଜେଡ଼ିକୁ ବହୁ ମାତ୍ରରେ ସମର୍ଥନ କରିଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ଅଧିକ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜେଡ଼ିର ଜୟ ହେବ ବୋଲି ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି । ଆଉ ୩ଦିନ ପରେ ପିପିଲି ଉପନିର୍ବାଚନ। ସେପ୍ଟେମ୍ବର ୩୦ ସକାଳ ୭ଟାରୁ ଆରମ୍ଭ ହେବ ମତଦାନ। ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ୍। ଅକ୍ଟୋବର ୩ରେ ଭୋଟ୍ ଗଣତି ପରେ ପ୍ରକାଶ ପାଇବ ରେଜଲ୍ସ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତିପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଟରଙ୍କ ଉପରେ ନଜର ରଖିବା ପାଇଁ ସବୁ ବ୍ଲକର ମତଦାନ କେନ୍ଦ୍ରରେ ଲାଗିଲା ସିସିଟିଭି । ପ୍ରଶାସନ ସିଧାସଳଖ ଭାବରେ ଏସବୁ ବୁଥ୍ ଉପରେ ନଜର ରଖିବେ । ଏହି ପ୍ରଚାରରେ ରାଜ୍ୟ ସମ୍ପାଦକ ବିଜେଡି ଡ଼ଃ.ସନ୍ତୋଷ କୁମାର ବେଜ୍ , କଟକ ଜିଲ୍ଲାର ୟୁଥ୍ ସଭାପତି ସ୍ମୃତି ରଞ୍ଜନ ମହାନ୍ତି , ଭୁବନେଶ୍ୱର ପୂର୍ବତନ କୋର୍ପେରେଟର ବିନୟାଣୀ ଜେନା ,ବିଜେଡି ମହିଳା ନେତ୍ରୀ କଳ୍ପନା ମହାନ୍ତି ,ସାଧାରଣ ସମ୍ପାଦକ ବିଜେଡି ସ୍ୱାଧୀନ ପଣ୍ଡା , ଉପସଭାପତି ସଂଜୀତ କୁମାର ପାଣିଗ୍ରାହୀ , ବିଜେଡି ବରିଷ୍ଠ ନେତା ମୋଦନ ଦଳାଇ , କୋଷାଦକ୍ଷ ରବିନ୍ଦ୍ର କୁମାର ସାହୁ , ଗଂଜାମ ଜିଲ୍ଲା ବିଜେଡି ବରିଷ୍ଠ ନେତା କୈଳାସ ବିଷୋୟୀ , ମଳୟ ବିଷୋୟୀ , ଶୂନ୍ୟଚନ୍ଦ୍ର ଦାଶ ,କୃଷ୍ଣ ଚୌଧୁରୀଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ପ୍ରଚାର ଜୋରଦାର କରିଛନ୍ତି ।

Comments are closed.