ନକଲି ଫେସବୁକ ଆକାଉଣ୍ଟ ଖୋଲି ବିଜୟୀ ମୁକୁଟ ପିନ୍ଧିଥିବା ମଡେଲଙ୍କୁ ବଦନାମ କରିବା ଅଭିଯୋଗରେ ହୋଟେଲ ମାଲିକ ଗିରଫ
ବ୍ରହ୍ମପୁର,୨୩/୮/୨୨/(ପିଣ୍ଟୁ ବେହେରା):ସୋସିଆଲ ମିଡ଼ିଆର ଦୁରୁପଯୋଗ କରି ଧନୀଲୋକଙ୍କ ନାଁ ରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ବ୍ରହ୍ମପୁର ସହରର ଜଣାଶୁଣା ସାମଜସେବୀ ତଥା ମୁମ୍ବାଇ ଏବଂ ବିଭିନ୍ନ ରାଜ୍ୟରେ ମଡେଲିଂ କରି ବିଜୟୀ ମୁକୁଟ ପିନ୍ଧିଥିବା ମଡେଲଙ୍କ ଚରିତ୍ରକୁ ବଦନାମ କରୁଥିବା ଅଭିଯୋଗରେ ସହରର ଜଣେ ରସିକିଆ ହୋଟେଲ ମାଲିକଙ୍କୁ ବ୍ରହ୍ମପୁର ସାଇବର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ମଞ୍ଜୁରୀ ନଗର ସ୍ଥିତ ବିକେ ଷ୍ଟ୍ରିଟ ପୋଷ୍ଟ ଅଫିସ ନିକଟରେ ରହୁଥିବା ଆଶିଷ ପାଢୀ(୨୬) । ଅଭିଯୁକ୍ତ ଆଶିଷ ମୟୂରୀ ଟାୱାର ନିକଟରେ ଥିବା ସାଇବର କ୍ୟାଫେକୁ ଯାଇ ଏହି କାରନାମା କରୁଥିଲେ । ପୁଲିସ ବହୁ ଖୋଜା ଖୋଜି କରିବା ପରେ କ୍ୟାଫେ ବାହାରେ ପାର୍କିଂରେ ଥିବା ବାଇକର ନଂକୁ ପୁଲିସ ଯାଞ୍ଚ କରି ଏହି ଘଟଣାର ସଫଳତା ପାଇଥିଲା । ପୁଲିସ ଉକ୍ତ କ୍ୟାଫେରୁ ୨ ଟି କମ୍ପ୍ୟୁଟର ଜବତ କରିଥିବା ବେଳେ ଅଭିଯୁକ୍ତ ଓ ଅଭିଯୋଗକାରୀ ମହିଳାଙ୍କ ମୋବାଇଲ ଜବତ କରିଛି । ଏହି ଘଟଣା ପରେ ବିଭିନ୍ନ ସାଇବର କ୍ୟାଫେକୁ ଆସୁଥିବା ଲୋକଙ୍କ ଠିକଣା ରେଜିଷ୍ଟର କରିବାକୁ ସାଇବର କ୍ୟାଫେ ମାଲିକଙ୍କୁ ଏସପି ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି କ୍ୟାଫେ ଏହା ନ କରନ୍ତି ତେବେ ସେମାନଙ୍କ ଉପରେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଡ଼ଃ ସର୍ବଣା ବିବେବ ଏମ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଅଭିଯୁକ୍ତ ଆଶିଷ ପୂର୍ବରୁ ଅଭିଯୋଗକାରୀ ମହିଳାଙ୍କ ଓ ତାଙ୍କ ସ୍ବାମୀଙ୍କ ସହ ପୂର୍ବରୁ ପରିଚିତ ଥିଲେ । ଅଭିଯୋଗକାରୀ ମହିଳା ଜଣଙ୍କ ବ୍ରହ୍ମପୁରରେ ଏକ ନୃତ୍ୟ ଅନୁଷ୍ଠାନ ରହିଥିବା ବେଳେ ସେ ଗତବର୍ଷ ଏକ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇ ବିଜୟୀ ହୋଇଥିଲେ । ସେହିପରି କରୋନା ସମୟରେ ସମାଜସେବା କରି ଅଭିଯୋଗକାରୀ ମହିଳା ଜଣକ ବହୁତ ନାଁ କମାଇଥିଲେ । ଅଭିଯୁକ୍ତ ଆଶିଷଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଭିଯୋଗକାରୀ ମହିଳାଙ୍କ ଠାରୁ ସ୍ୱାମୀଙ୍କୁ ଦୂରେଇବା । ତେଣୁ ସେ ଉକ୍ତ ମହିଳାଙ୍କ ନାମରେ ଏବଂ ଅନ୍ୟ କିଛି ନକଲି ମହିଳାଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଲା ଭଳି ଅଶ୍ଲୀଳ ଫୋଟ ସହ ସହରର ଏବଂ ରାଜ୍ୟର ଚର୍ଚ୍ଚିତ ଧନୀ ଲୋକଙ୍କ ଫୋଟ ଯୋଡ଼ି ମହିଳାଙ୍କ ଚରିତ୍ରକୁ ବଦନାମ କରିବା ପାଇଁ ଅଭିଯୋଗକାରୀ ମହିଳାଙ୍କ ସ୍ୱାମୀଙ୍କୁ ଫୋଟ ପଠାଉଥିଲେ । କେବଳ ଏତିକି ନୁହେଁ ସହରର ବଡ଼ ବଡ଼ ବ୍ୟବସାୟୟୀ ଠାରୁ ଆରମ୍ଭ କରି ସାମ୍ବାଦିକ, ଆଇନଜୀବୀ, ସମାଜସେବୀଙ୍କ ନାମ ନେଇ ସେ ଅଭିଯୋଗ କାରୀମହିଳାଙ୍କୁ ମେସେଞ୍ଜର, ନକଲି ଆକାଉଣ୍ଟରୁ ଅଶ୍ଲୀଳ, ମର୍ଯ୍ୟାଦାହାନିକାର କମେଣ୍ଟ ଲେଖୁଥିଲେ । ବାରମ୍ବାର ଏଭଳି ମର୍ଯ୍ୟାଦାହାନୀ ହେବା ପରେ ଅଭିଯୋଗକାରୀଣୀ ମହିଳାଜଣଙ୍କ ଗତ ମେ ୧୫ ତାରିଖରେ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧଥାନାରେ କରିଥିବା ଅଭିଯୋଗ ମୁତାବକ ,ଜଣେ ଅଜଣା ବ୍ୟକ୍ତି ଫେସବୁକ ଆକାଉଣ୍ଟ ଖୋଲି ତାଙ୍କ ଚରିତ୍ରକୁ ବଦନାମ କରିବା ପାଇଁ ବିଭିନ୍ନ ବ୍ୟକ୍ତିଗତ ତଥ୍ୟ ଏବଂ ଫୋଟ ପୋଷ୍ଟ କରୁଥିଲା । କେବଳ ଗୋଟିଏ ନୁହେଁ ତିନିଟି ନକଲି ଆକାଉଣ୍ଟ ଖୋଲି ଏଭଳି କାଯ୍ୟ କାର୍ଯ୍ୟ କରୁଥିଲା । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଡ଼ ସୃଷ୍ଟି କରିବା ଏବଂ ଅଭିଯୋଗକାରୀ ମହିଳାଙ୍କୁ ବଦନାମ କରିବା ପାଇଁ ଅଜଣା ବ୍ୟକ୍ତି ଜଣକ ନିୟମିତ ଉଦ୍ୟମ ଜାରି ରଖିଥିଲା । ତାଙ୍କର ଏହି ଅଭିଯୋଗକୁ ଭିତ୍ତି କରି ସାଇବର ଥାନାରେ କେସ ନଂ ୪/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ପୁଲିସ ଫେସବୁକ, ଗୁଗୁଲର ସହଯୋଗ ଲୋଡ଼ିଥିଲା । ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିବା ପରେ ଅଭିଯୁକ୍ତ ଆଶିଷ ଏକ ସାଇବର କ୍ୟାଫେର ଦୁଇଟି କମ୍ପୁଟରକୁ ବ୍ୟବହାର କରି ଏସବୁ କାରନାମା ଘଟାଉଥିବା ଜାଣିବକୁ ପାଇଥିଲା । ସେହିକ୍ରମରେ ପୁଲିସ ଆଶିଷଙ୍କୁ କାବୁ କରିବା ସହ ସଂପୃକ୍ତ ସାଇବର କ୍ୟାଫେକୁ ଯାଇ ସେଠାରୁ ଦୁଇଟି କମ୍ପ୍ୟୁଟର ଜବତ କରିଥିଲା । ତଦନ୍ତ ବେଳେ ଅଭିଯୁକ୍ତ ଆଶିଷ ପୂର୍ବରୁ ଏଭଳି ଦୁଇଟି ମାମଲାରେ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା । ୨୦୧୭ରେ ଦୁଇ ଜଣ ମହିଳାଙ୍କ ମର୍ଯ୍ୟାଦାହାନି କରିବା ଅଭିଯୋଗରେ ଆଶିଷ ନାଁରେ କଟକ କ୍ରାଇମବ୍ରାଞ୍ଚରେ ଦୁଇଟି ମାମଲା ରୁଜୁ ହୋଇଥିଲା ପୁଲିସ ଜାଣିବାକୁ ପାଇଥିଲା ।ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Comments are closed.