ସଂକ୍ରମଣ କୁ ଭୟ ନାହିଁ :ବିଧାୟକ ବିକ୍ରମ କୁମାର ପଣ୍ଡା

153

ବ୍ରହ୍ମପୁର,୧୮/୦୬/୨୧/(ପରାମର୍ଶ ନ୍ୟୁଜ୍):ପୁଣି ବ୍ରହ୍ମପୁର ବିଧାୟକ ଦେଖାଇଲେ ମାନ ବିକତା ।ଦିନେ କି ଦୁଇ ଦିନ ନୁହେଁ ଲଗାତାର ଦୁଇ ମାସ ଧରି ଗରିବ ଓ ନିରୀହ ଲୋକଙ୍କୁ ସହାୟତା କରିଆସିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଚଳିତ ବର୍ଷ ର ବିଗତ ଦୁଇମାସ କେମେତି କଟିଛି ତାହା ବୟାନ କରିବା ସହଜ ନୁହେଁ। ସାରାରାଜ୍ୟ ବର୍ତ୍ତମାନ କୋରନା ଭୁତାଣୁର କବଳରେ କବଳିତ ହୋଇ ଅନେକ ନିଜ ନିଜର ଜୀବନ ଜୀବିକା ହରାଇଛନ୍ତି। ଏହି ମହାମାରୀ ଏତେ ଭୟଙ୍କର ଯାହାର ପ୍ରୋକପରେ ବନ୍ଧୁ ପରିଜନ ନୁହେଁ ନିଜ ରକ୍ତ ସଂପର୍କୀୟ ମଧ୍ୟ ନିଜଠୁ ଦୁରେଇ ଯାଉଛନ୍ତି। ହେଲେ ଏ ସମୟରେ ଅନାଥ ଓ ନିରାଶ୍ରୟ ଲୋକଙ୍କ ସାହାରା ସାଜିଛନ୍ତି ବ୍ରହ୍ମପୁର ବିଧାୟକ ଵିକ୍ରମ ପଣ୍ଡା। ରାତି ହୋଉ କିମ୍ବା ଦିନ ଅନାଥ ଓ ନିରାଶ୍ରୟଙ୍କୁ ସାହାଯ୍ୟ କରିବା ପାଇଁ ଫୋନ ଆସିବା ମାତ୍ରେ ହିଁ ବାହାରି ପଡନ୍ତି । ନା ତାଙ୍କ ମନରେ ଅଛି ସଂକ୍ରମଣ ର ଭୟ ନା ଅଛି କୌଣସି ସ୍ୱାର୍ଥ । ସବୁଦିନ ଭଳି ଆଜି ବି  ରାତିଅଧିଆ ଆସିଥିଲା ତାଙ୍କ ପାଖକୁ ଏକ ଫୋନ କଲ ।  ଆଉ କାନରେ ପଡିଥିଲା  ବାବୁରେ ମୋ ପୁଅ ମତେ ଛାଡି ଚାଲିଗଲା ବାସ ଏତିକିରେ ଯାଇ ସେ ପ୍ରେମ ନଗରରେ ପହଞ୍ଚି ଥିଲେ ସେଇ ବୁଢ଼ୀ ମାଁ ଙ୍କ ପାଖରେ ।  ରୀତିନୀତି ସହ ଶବକୁ ସତ୍କାର କରିବା ସହ ବୁଢ଼ୀ ମାକୁ ଆର୍ଥିକ ଶହାୟତା ମଧ୍ୟ କରିଥିଲେ  । ବର୍ତ୍ତମାନ ବିଧାୟକଙ୍କ ଏପରି ଜନହିତକର କାର୍ଯ୍ୟ ପାଈଁ ସହରବାସୀ ପ୍ରଶଂସା କରବା ସହ ବ୍ରହ୍ମପୁର ଜନସଧାରଣ ଜଣେ ପରୋଉପକାରୀ ବିଧାୟକଙ୍କୁ ପାଇଛନ୍ତି ବୋଲି ବର୍ତ୍ତମାନ  ଚର୍ଚ୍ଚା ଚାଲିଛି । ମହାମାରି ଏକ ଏମିତି ରୋଗ ଯିଏ ଖାଲି ଜୀବନ ନିଏ ନାହିଁ ଜୀବନ ସହିତ ସମସ୍ତ ସମ୍ପର୍କ ଭି ଛଡାଇ ନେଇଯାଏ । ଏହି ପରିପ୍ରେକ୍ଷୀରେ ବିଧାୟକ ବିକ୍ରମ କୁମାର ପଣ୍ଡା  ଅସହାୟ ବୁଢ଼ୀ ମା ର  ପୁଅଙ୍କ ଶବ ସତ୍କାର କରି ମହାନତାର ପରିଚୟ ଦେବା ପରେ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବୋଲି କହିଥିଲି । ଓଡିଶା ମୋ ପରିବାର ର ଏହା ପ୍ରତିଫଳନ ଏବଂ ପ୍ରକୃତରେ ଓଡିଶା ଏକ ରାଜ୍ୟ ହେଲେ ମଧ୍ୟ ଏହାର ପ୍ରତେକ ରାଜ୍ୟ ବାସୀ ଏକ ପରିବାର ବୋଲି ଆଜି ମୁଖ୍ୟମନ୍ତ୍ରୀ ପ୍ରମାଣ କରିଛନ୍ତି ।
ରିପୋର୍ଟ:ପିଣ୍ଟୁ ବେହେରା

Comments are closed.