ଛାତ୍ର ବିଜେଡ଼ି ତରଫରୁ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟରେ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଚକଲେଟ ବଣ୍ଟନ

83

ବ୍ରହ୍ମପୁର,୧୭/୦୬/୨୧/(ପରାମର୍ଶ ନ୍ୟୁଜ୍): କୋରନା ର ଦ୍ୱିତୀୟ ଲହରୀ ଜନଜୀବନ କୁ ଅସ୍ତବ୍ୟସ୍ତ କରିଦେଛି ।ଜୀବନ ଆଗରେ ଜୀବିକା ବନ୍ଧା ପଡ଼ିଥିବା ବେଳେ ଜୀଇଁ ବାକୁ ବାଟ ଖୋଜୁଛନ୍ତି ଅସହାୟ ଗରିବ ମଣିଷ । ଏଭଳି  ସମୟରେ ସାହାଯ୍ୟ ଓ ସହାୟତା ର ହାତ ବଢ଼େଇଛି ମହାନଗର ଛାତ୍ର ବିଜେଡ଼ି । ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ ଏବଂ ମହାନଗର ନିଗମ ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ  ସ୍ଥାନୀୟ ଅନ୍ଧପ୍ରସାର ରୋଡ଼ ସ୍ଥିତ ଆବାସିକ ଆଦର୍ଶ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟରେ ୫୦ ରୁ ଉର୍ଦ୍ଧ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଚକଲେଟ ବଣ୍ଟନ କରିଥିଲେ । ଏଥିରେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ଖୁସି ହେବା ସହ ଉକ୍ତ ବିଦ୍ୟାଳୟ ତରଫରୁ ଛାତ୍ର ବିଜେଡ଼ିକୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମ ଯୁବ ସାଧାରଣ ସମ୍ପାଦକ ତାପସ କୁମାର ସାହୁ,ସମ୍ପାଦକ ମଧୂସୁଧନ,ଅଶ୍ୱିନ ପଟ୍ଟନାୟକ, ଗିରିଜା ଶତପଥୀ ,ଭଗବାନ ସାହୁ, ବାବୁଲା ଦାସ, ଯୁବ ଆଇ.ଟି କୋଡ଼ିନେଟର ଅସିତ୍ ସାବତ, ଛାତ୍ର ନେତା ସୋଭନ ନାୟକ,ରାଜେଶ ପଟ୍ଟନାୟକ, ଦୋଳଞ୍ଜନ ନାୟକ, ଅମିତ ପାତ୍ର, ଆକବର,ନିଖିଲ ଚୌଧୁରୀ, ରବୀନ୍ଦ୍ର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ :ପିଣ୍ଟୁ ବେହେରା

Comments are closed.