କୋରନା ପ୍ରତି ଲୋକେ ସଚେତନତା ରହିବାକୁ ଅନୁରୋଧ କଲେ ଯୁବ ବିଜେଡ଼ି ନେତା ଧିରେଶ
ବ୍ରହ୍ମପୁର,୧୭/୦୬/୨୧/(ପରାମର୍ଶ ନ୍ୟୁଜ୍): ବର୍ତ୍ତମାନ କୋରନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଥିଲେ ମଧ୍ୟ କୋରନା ପ୍ରତି ସଚେତନତା ରହିବା ଅନୁରୋଧ କରିଛନ୍ତି ଯୁବ ବିଜେଡ଼ି ନେତା ଧିରେଶ ସାବତ । ବର୍ତ୍ତମାନ ଲକଡ଼ାଉନ କୋହଳ ହୋଇଛି ତାହାର ମାନେ ନୁହେଁ କି ବଜାରରେ ଭିଡ଼ କରିବା । ନିଜର ନିଜର ଆବଶ୍ୟକ ଅନୁଯାୟୀ ବଜାର କୁ ଯିବା ଆଉ ମାସ୍କ ସଦା ବେଳେ ବ୍ୟବହାର କରିବା । ବର୍ତ୍ତମାନ କୋଭିଡ ମହାମାରୀ ଏମିତି ସ୍ଥିତିକୁ ଆଣିଦେଇଛି ଯେ ଗୋଟିଏ ଗରିବ ପରିବାରର ଚଳିବା କଷ୍ଟକର ହୋଇପଡିଛି । କୋଭିଡ଼୍ ସମୟରେ ମାସ ମାସ ଧରି ଲକ୍ ଡ଼ାଉନ୍ ଜାରୀ ରହିବା ଫଳରେ ଗରିବ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ କିଛି ସହାୟତା କରିବା ପାଇଁ ହାତ ବଢ଼େଇ ଯୁବ ବିଜେଡ଼ି ନେତା ଧିରେଶ ସାବତ । ସେ ପୂର୍ବରୁ ୨୫ ନଂ ୱାର୍ଡରେ ୧୬୦ ରୁ ଉର୍ଦ୍ଧ୍ବ ଗରିବ ପରିବାରଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିବା ବେଳେ ପୁଣି ଆଜି ଉକ୍ତ ୱାର୍ଡରେ ୪୦୦ ରୁ ଉର୍ଦ୍ଧ୍ବ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ । ବର୍ତ୍ତମାନ ଲକ ଡ଼ାଉନ କୋହଳ ହୋଇଛି ହେଲେ ଦିନ ମଜୁରିଆଙ୍କ ପୂର୍ବ ସ୍ଥିତି କି ଫେରିବା ପାଇଁ କିଛି ଦିନ ଲାଗିବ ତେଣୁ ଏହି ପରି ବଣ୍ଟନ କାଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଧିରେଶ ।
Comments are closed.