୧୦ଜୁଆଡ଼ିଙ୍କୁ ଗିରଫ କଲା ଜରଡ଼ା ପୁଲିସ ,୧ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ସହ ୮ବାଇକ ଜବତ
ପାତ୍ରପୁର,୧୭/୦୬/୨୧/(ପରାମର୍ଶ ନ୍ୟୁଜ୍):ଜରଡା ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଏକ ଜୁଆ ଆଡ୍ଡା ଉପରେ ଚଡ଼ାଉ କରି ୧୦ଜଣ ଜୁଆଡ଼ିଙ୍କ ସହ ନଗଦ ୧ ଲକ୍ଷ ୬୬ହଜାର ୪୬୦ଟଙ୍କା ୮ ବାଇକ୍ , ୬ ମୋବାଇଲ ଜବତ କରିଛି ପୁଲିସ । ସୂଚନାଯୋଗ୍ୟ କି ଜରଡା ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଏକ ବିଲରେ ଜୁଆ ଆଡ୍ଡା ଚାଲିଥିବା ବେଳେ ବୁଧୁବାର ଜରଡ଼ା ଥାନା ପୋଲିସ ଜୁଆଡ଼ି ମାନଙ୍କୁ କାବୁ କରିବାରେ ସଫଳ ହୋଇପାରିଛି । କୌଣସି ମତେ ଖବର ପାଇ ଏହି ଜୁଆ ଆଡା ଚଢାଉ ବେଳେ ୧୦ ଜୁଆଡ଼ିଙ୍କ ସହ ପ୍ରାୟ ୧ ଲକ୍ଷ ୬୬ ହଜାର ୪୬୦ ଟଙ୍କା , ଏବଂ ୮ ବାଇକ୍ , ୬ ମୋବାଇଲ ଜବତ ହୋଇଥିବା ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।
ରିପୋର୍ଟ:ପିଣ୍ଟୁ ବେହେରା


Comments are closed.