ଜିଲ୍ଲାରେ ଅବକାରୀର ଧରପଗଡ଼ ,୭ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜଣେ ଗିରଫ
ବ୍ରହ୍ମପୁର,୧୬/୦୬/୨୧/(ପରାମର୍ଶ ନ୍ୟୁଜ୍):ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଅନେକ ଜିଲ୍ଲାରୁ ବହୁବାର ଗଞ୍ଜେଇ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି | ଅନେକ ତରିକା କରି ମାଫିଆ ମାନେ ଗଞ୍ଜେଇ ଚାଲାଣ କରୁଛନ୍ତି | କିନ୍ତୁ ଆଜି ଏକ ନୂଆ ତରିକା ଆପଣେଇ ମାଫିଆ ମାନେ । ତସୁ ଭିତରେ ସହ ସହ କେଜିର ଗଞ୍ଜେଇ ଚୋରା ଚାଲାଣ କରିଛନ୍ତି | ଏହି ଗଞ୍ଜେଇ ଚାଲାଣ ଟାଟାଏସି ଗାଡ଼ିରେ ଗଞ୍ଜାମ ଦିଗପହଣ୍ଡି ରୁ ଖଲ୍ଲିକୋଟ ଯାଉଥିଲା ବେଳେ ମହୁରୀକାଳୁଆ ଛକ ନିକଟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ହାବୁଡ଼ରେ ପଡିଥିଲେ | ପରେ ଗାଡ଼ି ଯାଞ୍ଚ ବେଳେ ସେଥିରୁ ଦେଢ଼କୁଇଣ୍ଟାଲ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ ଅବକାରୀ ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଆନ୍ଦ୍ରପ୍ରଦେଶ ର ପଲେଟିପଲ୍ଲୀ ଗ୍ରାମ ର କେ. ଭିରା ଆଞ୍ଜେନେୟାଲୁ । ସୂଚନାରୁ ପ୍ରକାଶ ଥାଉ କି ଅବକାରୀ ଗୁଇନ୍ଦା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଆଜି ଏକ ଟିମ ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତା ମହୁରୀ କାଲୁଆ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଆନ୍ଦ୍ରପ୍ରଦେଶର ଏବି୩୯ଏକ୍ସ୍୨୮୭୫ ଗାଡିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଗାଡ଼ିରୁ ତସୁ ମଧ୍ୟରେ ଦେଢ଼କୁଇଣ୍ଟାଲ ଗଞ୍ଜେଇକୁ ଜବତ କରିଥିଲେ । ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ ଅବକାରୀ ଗୁଇନ୍ଦା ବିଭାଗ ର ସବଇନ୍ସପେକ୍ଟର ବିଶ୍ୱଜିତ ଦାସ କହିଛନ୍ତି । ଏ ଘଟଣାରେ ଅବକାରୀ ଗୁଇନ୍ଦା ବିଭାଗ କେଶ ନଂ ୯୪/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା । ତେବେ ସବୁ ଠାରୁ ବଡ କଥା ହେଲା କି ଏଭଳି ଗଞ୍ଜେଇ ଚୋରା ଚାଲାଣ କେବେ ଠାରୁ ଚାଲିଛି ଏବଂ ଏଥିରେ କିଏ କିଏ ସମ୍ପୃକ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ସୂଚନା ମିଳିଛି ।
Comments are closed.