ବ୍ରହ୍ମପୁର ୧୪/୦୪/୨୧/(ପରାମର୍ଶ ନ୍ୟୁଜ୍): ବ୍ରୋସିସ୍ ପ୍ରଡକ୍ସନ ଦ୍ଵାରା ମୁକ୍ତି କଲା ଓଡିଶା ନବ ବର୍ଷ ଉପଲକ୍ଷେ ଗାୟିକା ସଙ୍ଗୀତା ପାଢିଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶା ମୋ ଓଡ଼ିଶା ଗୀତ ପୁଣି ଥରେ ନୂଆ ଢଙ୍ଗରେ । ଏହି ଗୀତ ଗାଈଛନ୍ତି ସଙ୍ଗୀତା । ଗୀତର ତାଳେ ତାଳେ ଓଡିଶୀ ନୃତ୍ୟ ପରିବେଷଣ କରିଛନ୍ତି ଶେଖର ସୁମନ ମାଝୀ ଏବଂ ସୃଷ୍ଟିଶ୍ରୀ ନାୟକ । ଏହି ସଙ୍ଗୀତ ଆଲବମ୍ ରେ ଆମ ଓଡ଼ିଶା ଏବଂ ଓଡ଼ିଆ ପରମ୍ପରାକୁ ବହୁତ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି। ସଂଗୀତ ସଜାଇଛନ୍ତି ଅଭିଷେକ ପାଣିଗ୍ରାହୀ ଏବଂ ସୋମେଶ ଶତପଥୀ । ଭିଡିଓ ଗ୍ରାଫି କରିଛନ୍ତି ଏଲେକ୍ସ ଆଲୋକ ଏଵଂ କାହୁଁ । ପ୍ରଯୋଜନା ଏବଂ ସଂଯୋଜନାରେ ଅଛନ୍ତି ସଂଜୟ ଆନନ୍ଦ ପାଢୀ। ଏହିପରି ଆଗକୁ ମଧ୍ଯ ସଙ୍ଗୀତାଙ୍କ ବହୁ ସଙ୍ଗୀତ ଆଲବମ୍ ମୁକ୍ତି ଲାଭ ହେବ । ପୂର୍ବରୁ ସଙ୍ଗୀତା ପରଦେଶୀ ଚଢେଇ, ଏ ବନର ଛାଇ, ଏମିତି ବହୁତ ସୁନ୍ଦର ଓଡିଆ ଗୀତ ଏବଂ ହିନ୍ଦୀ ଗୀତ ଟିପ୍ ଟିପ୍ ବରଷା ପାନି, ଆପକେ ପ୍ୟାର ମେ, ଦିଲ୍ ମେରା ଚୁରାୟା କିୟୁଁ ଆଦି ଗୀତର କଭର ଗୀତ ଏବଂ ରିମେକ୍ ରିମିକ୍ସ ନୂଆ ଅନ୍ଦାଜରେ ବନେଇ ଲୋକ ପ୍ରିୟ ହେଇପାରିଛନ୍ତି ସଙ୍ଗୀତା ।
ରିପୋର୍ଟ:ପିଣ୍ଟୁ ବେହେରା

Comments are closed.