ଜଗନ୍ନାଥ ସେବା ସଙ୍ଘ ତରଫରୁ ଗିରବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ

43

ବ୍ରହ୍ମପୁର,୧୪/୦୪/୨୧/ପରାମର୍ଶ ନ୍ୟୁଜ୍:
ଜୟ ଜଗନ୍ନାଥ ସେବା ସଙ୍ଘ ତରଫରୁ ଆଜି ବଡ଼ ଠାକୁରାଣୀ ମନ୍ଦିର ,ଗୋକର୍ଣଶ୍ୱର ମନ୍ଦିର ,ପାତାଲେଶ୍ୱର୍ ମନ୍ଦିର ,କପିଳେଶ୍ଵର ମନ୍ଦିର ,ବଡ଼ ବଜାର ଜଗନ୍ନାଥ ମନ୍ଦିର ,ଆସ୍କା ରୋଡ଼ ପାଣିଗ୍ରାହୀ ପେଣ୍ଠ କାଲି ମନ୍ଦିର  ଗେଟବଜାରରେ  ଥିବା ସମସ୍ତ ରିକ୍ସା ଚାଳକଙ୍କୁ ତଥା ଗରୀବ ଓ ଅର୍ଥନୈତିକ ଅନଗ୍ରସର ଅଧିବାସୀ ମାନଙ୍କୁ ଭାତ ଡାଲି ଘଣ୍ଟା ତରକାରୀ ଖାଦ୍ୟ  ଆଦି ବଣ୍ଟନ କରାଯାଇଥିଲା। ଜୟ ଜଗନ୍ନାଥ ସେବା ସଙ୍ଘ ତରଫରୁ ଗିରବ ଓ ଅସହାୟ ଲୋକଙ୍କୁ ପ୍ରତି ସଂକ୍ରାନ୍ତି ରେ ଖାଦ୍ୟ ବଣ୍ଟନ କରାଯାଉଛି ବୋଲି କହିଛନ୍ତି  ଉକ୍ତ ସେବା ସଙ୍ଘର ମୁଖ୍ୟ  ଅମିତ୍ ମୁଖୀ ।ଜୟ ଜଗନ୍ନାଥ ସେବା ସଙ୍ଘର ମୁଖ୍ୟ ଅମିତ୍ ମୁଖୀଙ୍କ ନେତୃତ୍ବରେ ,ମନୋରଞ୍ଜନ ମହାରଣା, ରାକେଶ କୁମାର ଦାସ,ଶମ୍ଭୁ,ସଂଜୟ,ନିରଞ୍ଜନ,ଅନିଲ ମହାକୁଡ଼ ,ପପୁନ ଦିପୁନ ,ପିଣ୍ଟୁ ବେହେରା, ଅଜିତ ,ସଂଜୀତଙ୍କ ସମେତ ସଙ୍ଘ ର ବହୁ ସଦସ୍ୟ ଉପସ୍ଥିତିରେ ଉକ୍ତ ପଦାର୍ଥ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।ଉକ୍ତ ସଙ୍ଘ ପକ୍ଷରୁ ପ୍ରତି ମାସ ସଂକ୍ରାନ୍ତି ରେ ଗିରିବ ଅସହାୟ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥାଏ । ଏହି ସଙ୍ଘ ର ମୂଖ୍ୟ ଉର୍ଦ୍ଧେଶ୍ୟ ହେଲା ବିନା ସ୍ୱାର୍ଥ ରେ ସମସ୍ତ ଗରିବ ଓ ଅସହାୟ ମାନଙ୍କୁ ସାହାଯ୍ୟ କରି ସେମାନଙ୍କ ମୁହଁ ରେ ହଂସ ଫୁଟେଇବା । ଏହି ପ୍ରୟାସ ଆଗକୁ ବି ଜାରି ରହିବ ବୋଲି ଉକ୍ତ ଟିମ୍ ର ମୁଖ୍ୟ ଅମିତ୍ ମୁଖୀ କରିଛନ୍ତି । ଏହି ମହାନତା ପ୍ରୟାସକୁ ଯୋଗୁଁ ଜୟ ଜଗନ୍ନାଥ ସେବା ସଙ୍ଘ ସବୁ ମହଲ ରୁ ପ୍ରଶଂସା ସାଉଁଟିବାରେ ଲାଗିଛି ।
ରିପୋର୍ଟ:ପିଣ୍ଟୁ ବେହେରା

Comments are closed.