ବିଜେଡ଼ିରେ ଯୋଗଦେଲେ ଗୋପାଳପୁର ଅଞ୍ଚଳର ୨୦୦ରୁ ଉର୍ଦ୍ଧ୍ବ ଜଣ ବିଜେପି ନେତା ଓ କର୍ମୀ
ବ୍ରହ୍ମପୁର,୨୧/୯/୨୨(ପିଣ୍ଟୁ ବେହେରା): ୨୦୨୪ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ଆହୁରି ବଳ ବଢ଼ାଉଛି ବିଜେଡ଼ି । ଆଜି ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟରେ ଏକ ବିଶାଳ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ.ଗୋପବନ୍ଧୁ ଦାସ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ବିଜେଡି ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକଙ୍କ ଉପସ୍ଥିତରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେପି ଦଳ ତ୍ୟାଗ କରି ବିଜେଡ଼ିରେ ମିଶିଥିଲେ । ପରେ ବିଜେପି ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା କର୍ମୀମାନଙ୍କୁ ସ୍ୱାଗତ କରାଯାଇଥିଲା । ସମସ୍ତେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନୂତନ ଭାବେ ଦଳରେ ଯୋଗ ଦେଇଥିବା କର୍ମୀମାନଙ୍କୁ ପରାମର୍ଶ ଦେବା ସହ ଏକତ୍ରିତ ହୋଇ ଦଳ ପାଇଁ କାମ କରି ଦଳକୁ ସୁଦୃଢ କରିବାକୁ ଜିଲ୍ଲା ବିଜେଡ଼ି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଗୁରୁମନ୍ତ୍ର ଦେଇଥିଲେ । ବର୍ତ୍ତମାନ ସ୍ଵତଃପୂତ ଭାବେ ବିଜେଡିରେ ସାମିଲ ହେଉଛନ୍ତି ବିରୋଧୀ କର୍ମୀ ଓ ନେତାମାନେ । ଆଜି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ଗୋପାଳପୁର ଅଂଚଳରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେଡି ମିଶ୍ରଣ ଶିବିରରେ ଯୋଗ ଦେଇଛନ୍ତି । ବିଶେଷ କରି ଗୋପାଳପୁର ନିର୍ବାଚନ ମଣ୍ଡଳୀର ହୁଗୁଳାପଟ୍ଟା, କରାପଲ୍ଲୀ, ଲୋଚାପଡା,ସାତକୁଟୁନି, ଭଳି ବିଭିନ୍ନ ପଂଚାୟତର ଏକାଧିକ ମହିଳା ଓ ପୁରୁଷ ବିରୋଧୀ ଦଳ ଛାଡି ଶାସକ ଦଳରେ ସାମିଲ ହୋଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବଧାରା ଓ ଉଚ୍ଚ କୋଟିର କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସଭିଏଁ ବିଜେଡ଼ିରେ ନିଜକୁ ସାମିଲ କରିଥିବା ବେଳେ ଦଳ ମୁଖିଆଙ୍କ ଉନ୍ନତି କାର୍ଯ୍ୟର ଏହା ପ୍ରତିଫଳନ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ଲୋକଙ୍କୁ ଠକିବା ସହ ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତଡ଼ା ଖାଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପ୍ରତି ଗୋପାଳପୁରର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼ ଗୋପବନ୍ଧୁ ଦାସ । ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମୀଙ୍କ ଭରସାର ନେତା ସାଜିଛନ୍ତି ଗୋପବନ୍ଧୁ । ପ୍ରଦୀପଙ୍କ ବିକଳ୍ପ ସାଜି ଦଳ ପାଇଁ ସେ ନିସ୍ୱାର୍ଥପର କାମ କରୁଥିବା ବେଳେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି ଗଞ୍ଜାମ ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏହାସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗୋପାଳପୁରରେ ବିକାଶ କାର୍ଯ୍ୟ ଜାରି ରହିବ କହିଛନ୍ତି ମନ୍ତ୍ରୀ । ଗୋପବନ୍ଧୁ ଦାଇତ୍ୱ ନେବା ପରେ ଗୋପାଳପୁର ଅଞ୍ଚଳରେ ଶାସକ ଦଳକୁ ଆହୁରି ସଶକ୍ତ କରୁଥିବା ବେଳେ ବିରୋଧୀ ଦୁର୍ଗ ଭୁଶୁଡିବାରେ ଲାଗିଥିବା ନୂତନ ଭାବେ ଦଳରେ ଯୋଗ ଦାନ କରିଥିବା କର୍ମୀ ଓ ନେତା ମାନେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଉପସଭାନେତ୍ରୀ ଏସ. ରାଜେଶ୍ୱରୀ ଦୋରା, ରଙ୍ଗେଇଲୁଣ୍ଡା ବ୍ଳକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ବ୍ଲକ ସଭାପତି ଅଜିତ କୁମାର ଦାସ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭବାନୀକାନ୍ତ ସାହୁ, ଯୁବ ନେତା ଏ.ସନ୍ତୋଷ ପାତ୍ର,ଏସ ଧର୍ମରାଜ ରେଡ୍ଡୀ, ୫୪ନଂ ଜୋନ ଜିଲ୍ଲା ପରିଷଦ ଦୀପକ ସାମନ୍ତ, ରଙ୍ଗେଇଲୁଣ୍ଡା ଭାଇସ ଚ୍ୟାୟାରମ୍ୟାନ ଅନିତା ମହାଙ୍କୁଡ଼, ୧୦ନଂ ଜୋନ ଜିଲ୍ଲା ପରିଷଦ ଭାରତୀ ନାୟକ,ରାମହାରି ପାତ୍ର,ସିଏଚ ନରେଶଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Comments are closed.