ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ସ୍ମୃତି ଦିବସ

67

ବ୍ରହ୍ମପୁର,୨୯।୪(ପରାମର୍ଶ ନ୍ଯୁଜ)-ଚଳିତବର୍ଷ ଯେଭଳି ଭାବରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଉତ୍ତାପ ଅନୁଭୂତ ହେଉଛି, ଶ୍ରମିକମାନଙ୍କ ପାଇଁ ତାହା ଅତ୍ୟନ୍ତ ଘାତକ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ କୋଠାବାଡି ଓ ବିଭିନ୍ନ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କର ସ୍ଵାର୍ଥ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ସ୍ମୃତି ଦିବସ ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ଜାଗାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଖକୁ ଯାଇ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା । ଶ୍ରମିକ ମାନଙ୍କ ଅମୂଲ୍ୟ ଜୀବନ କୁ ରକ୍ଷା କରିବା, ଧୂଆଁ,ଧୂଳି କେଉଁ ଭଳି ଭାବରେ ଶ୍ରମଜିବୀ ଙ୍କ ପାଇଁ ଘାତକ ,ଅତ୍ୟଧିକ ଖରା ଓ ଉତ୍ତାପରେ ଶ୍ରମିକ ମାନଙ୍କୁ କର୍ଯ୍ୟକରିବାକୁ ବାରଣ କରିବା ସହ ଶ୍ରମିକ ମାନଙ୍କ ଅଧିକାର ବିଷୟରେ ସ୍ଥାନୀୟ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସଚେତନ କରାଯାଇଥିଲା ।ଏହି ଅବସରରେ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଜିଲ୍ଲା ଯୁବ ଶାଖା ସଭାପତି ଚିନ୍ମୟ କୁମାର ହୋତା, ରାଜ୍ୟ ମହିଳା ଶାଖା ସହ-ସାଧାରଣ ସମ୍ପାଦିକା ସୁଚିତ୍ରା ଦାସ, ସଂପାଦିକା ସୁପ୍ରଭା କୁମାରୀ ଦାସ, ତ୍ରିଲୋଚନ ଲେଙ୍କା ଏବଂ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଯୋଗ ଦେଇଥିଲେ ।

Comments are closed.