ଟ୍ରେଲର ଚୋରୀ ଘଟଣା ,୨୦ନଂ ୱାର୍ଡ କଂଗ୍ରେସ କର୍ପୋରେଟର ପ୍ରାର୍ଥୀନୀଙ୍କ ନାତି ଗିରଫ,୫ ଫେରାର୍
ବ୍ରହ୍ମପୁର୧୦/୯/୨୨(ପିଣ୍ଟୁ ବେହେରା): ବ୍ରହ୍ମପୁର ସହରର ଅଟେ ନଗର ଅଞ୍ଚଳରୁ ଏକ ୧୪ ଚକିଆ ଟ୍ରେଲର ଅଗଷ୍ଟ ୧୯ ତାରିଖରେ ଚୋରି ହୋଇଥିବା ନେଇ ଲକ୍ଷ୍ମୀନୃସିଂହ ସାହିର ଦାଶରଥୀ ପଣ୍ଡା ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ଛତ୍ରପୁର ଅଞ୍ଚଳରୁ ଟ୍ରେଲର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ସେହେଲେ ୨୦ନଂ ୱାର୍ଡ କଂଗ୍ରେସ ପ୍ରାର୍ଥୀନୀଙ୍କ ନାତି ବିବେକ ପାଣିଗ୍ରାହୀ । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ୫ଜଣ ବର୍ତ୍ତମାନ ଫେରାର୍ ଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସହରର ଅଟୋନଗର ଅଞ୍ଚଳରୁ ଏକ ୧୪ ଚକିଆ ଟ୍ରେଲର ଅଗଷ୍ଟ ୧୯ ତାରିଖରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଚୋରି ହୋଇଥିବା ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିବା ବେଳେ ୫ରୁ ଉର୍ଦ୍ଧ୍ବ ଜଣ ଏକ କାରରେ ଆସି ଟ୍ରେଲରଟିକୁ ଏକ କ୍ରେନ୍ ସାହାଯ୍ୟରେ ଉଠେଇ ନେଇଥିବା ଫୁଟେଜ୍ ସିସିଟିଭିରେ କଏଦ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା । ପରେ ଘଟଣାର ତଦନ୍ତ ଜୋରଦାର କରିଥିଲା ପୁଲିସ । ପ୍ରଥମେ ଟ୍ରେଲରର ମୁଣ୍ଡ ଭାଗକୁ କ୍ରେନ୍ ସାହାଯ୍ୟରେ ନିଆଯାଇଥିଲା । ତାହାର କିଛି ଦିନ ପରେ ଉକ୍ତ ଟ୍ରେଲରର ପଛଭାଗକୁ ମଧ୍ୟ ଦୃର୍ବୃତ୍ତମାନେ କ୍ରେନ୍ ଯୋଗ ନେଇ ଯାଇଥିଲେ । ଏହି ସମସ୍ତ ଘଟଣା ସିସିଟିଭିରେ ଦୃଶ୍ୟମାନ ହେବା ପରେ ପୁଲିସ ଦୁଇ ଜଣକଙ୍କ ନାମରେ ମାମଲା ରୁଜୁ କରିଥିଲା । ପରେ ଟ୍ରେଲର ଖୋଇବା ବେଳେ ଦୃର୍ବୃତ୍ତମାନେ ତାହାକୁ ନେଇ ଛତ୍ରପୁରର ନିକଟସ୍ଥ ଏକ ସ୍ଥାନରେ ରଖି ତାହାକୁ ପାର୍ଟ ପାର୍ଟ କରି କାଟି ଦେଇଥିବା ପୁଲିସ ଦେଖିବାକୁ ପାଇଥିଲା । ଉକ୍ତ ଟ୍ରେଲରର ପଛ ଭାଗକୁ ପୁଲିସ ଜବତ କରିଥିବା ବେଳେ ମୁଣ୍ଡକୁ ବର୍ତ୍ତମାନ ଯାଏଁ ପୁଲିସ ଠାବ କରିପାରି ନାହିଁ । ତେବେ ଏହି ମାମଲାରେ ଗାନ୍ଧୀ ନଗର ଅଞ୍ଚଳର ତଥା ୨୦ନଂ ୱାର୍ଡ କଂଗ୍ରେସ ପ୍ରାର୍ଥୀନୀଙ୍କ ନାତି ବିବେକ ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଫେରାର୍ ଥିବା ଅନ୍ୟ ୫ଜଣକୁ ଖୋଜି ବାହାର କରିବା ପାଇଁ ପୁଲିସ ତାର ପ୍ରୟାସ ଜାରି ରଖିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।
Comments are closed.