ବନ୍ଧୁକୁଂ ହତ୍ୟା କଲା ବନ୍ଧୁ

138


ବ୍ରହ୍ମପୁର,୨ା୭(ପରାମର୍ଶ ନ୍ଯୁଜ)-ରବିବାର ରାତ୍ରିରେ ନିଖୋଜ ା ସୋମବାର ମୃତ ଦେହ ମିଳିବା ମଙ୍ଗଳବାର ହତ୍ୟା କାରୀ ଗିରଫ I ଏହିଭଳି ଲୋମ ଟାଙ୍କୁରା ଘଟଣା ହତ୍ୟା କାଣ୍ଡ ସୋମବାର ଦେଖିବାକୁ ମିଳିଥିଲା I ମୃତକ ହେଲେ ଜଗନ୍ନାଥ ପ୍ରସାଦ କାଦୁଆ ପଞ୍ଚାୟତ ର ଯୋଡାବନ୍ଧ ଗ୍ରାମର ଚିତ୍ତରଞ୍ଜନ ସାହୁ I ମଙ୍ଗଳବାର ଉକ୍ତ ଗ୍ରାମର ଅଭିଯୁକ୍ତ ସେହି ଗ୍ରାମର ଗନ୍ଧର୍ବ ସାହୁଙ୍କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି l ସୂଚନା ପ୍ରକାରେ ଚିତ୍ତରଞ୍ଜନ ଓ ଅଭିଯୁକ୍ତ ଗନ୍ଧର୍ବ ଦୁହେଁ ଭଲ ବନ୍ଧୁ l ଚିତ୍ତରଞ୍ଜନ ନଜ ପରିବାର ଠାରୁ ବହୁ ଦିନରୁ ସମ୍ପର୍କ ତୁଟାଇ ଗ୍ରାମରେ ଏକୁଟିଆ ରହୁଥିବା ବେଳେ ଗନ୍ଧର୍ବ ରୋଜଗାର ପାଇଁ ଭୁବନେଶ୍ୱର ରେ ଓଲା ବାଇକ ଚଳାଇ ଦୁଇ ପଇସା ରୋଜଗାର କରୁଥିଲେ I ସ୍ତ୍ରୀ ଜୋଡାବନ୍ଧ ଗ୍ରାମରେ ହିଁ ରହୁଥିଲେ I ସୁବିଧା ଅସୁବିଧା ବେଳେ ବନ୍ଧୁ ଚିତ୍ତ ତାଙ୍କ ଘରକୁ ଆସି ସାହାଯ୍ୟ ସହଯୋଗ କରୁଥିଲା I କିନ୍ତୁ ସ୍ତ୍ରୀ ଚିତ୍ତ ର ବ୍ୟବହାର ଓ କିଛି ଖରାପ ଇଙ୍ଗିତ କୁ ନେଇ ସ୍ତ୍ରୀ ସ୍ୱାମୀ ଗନ୍ଧର୍ବ କୁ ଜଣାଇଥିଲେ l ଏହା ଶୁଣିବା ପରେ ଗନ୍ଧର୍ବ ଚିତ୍ତ କୁ ଏପରି ନକରିବା ପାଇଁ ଫୋନ ମାଧ୍ୟମରେ ଜଣାଇ ଥିଲେ l ପୁଣି ଜୁନ ୨଼୦ ତାରିଖ ରେ ଏହି ଘଟଣା ପୁନଃ ହେବା ପରେ ସ୍ତ୍ରୀ ଠାରୁ ଖବର ପାଇ ଗନ୍ଧର୍ବ ଗାଁ ରେ ପହଂଚିଥିଲେ l ସ୍ତ୍ରୀ ଠାରୁ ସମସ୍ତ କଥା ଶୁଣିବା ପରେ ୩୦ ତାରିଖ ରାତ୍ରିରେ ତାକୁ ଜୀବନରେ ମାରିଦେବା ପାଇଁ ଯୋଜନା କରିଥିଲା I ଚିତ୍ତକୁ ମଦ ପିଇବା ପାଇଁ ଡାକିଥିଲା l ଚିତ୍ତ ଯୋଡାବନ୍ଧ ଛକରୁ ପକଡା ଓ ପ୍ଲାଷ୍ଟିକ ଗ୍ଲାସ ଧରି ଗୁଡ଼ିଖତ ନାମକ କାଜୁ ଜଙ୍ଗଲ ରେ ପହଂଚି ବା ପରେ କୌଶଳ କରି ତାକୁ ପ୍ରବଳ ମଦ ପିଆଇ ଆଚେତ ଅବସ୍ଥାକୁ ନେଇଯାଇଥିଲା l ପରେ ତାକୁ ଧରିଧରି ଏକ ବୁଦାମୁଲକୁ ନେଇଯାଇ ମାଡିବସି ତାର ତଣ୍ଟି ଚିପି ଶ୍ୱାସ ରୁଦ୍ଧ କରି ମାରିଦେଇଥିଲା l ମରିଯିବା ପରେତାକୁ ସେ ଧରିଥିବା ବ୍ଲେଡ ରେ ତାର ଯୌନାଙ୍ଗକୁ କାଟିଦେଇଥିଲା | ପୋଲିସ ଘଟଣାର ତଦନ୍ତ କରି
ସିସିଟିଭି କ୍ଯାମେରା ଯାଞ୍ଚ ରେ ଚିତ୍ତ ରାତ୍ରି ୯ଟା ୧୫ ହୋଟେଲ ରୁ ପକଡା ନେଇଯାଉଥିବା ବେଳେ ଆଉ ବଜାରକୁ ଫେରି ନଥିବା l ଘଟଣା ଘଟିଥିବା କିଛିଟା ଦୂରରେ ପଡ଼ିଥିବା ମୋବାଇଲ ଉଦ୍ଧାର କରି କଲ ରେକର୍ଡ ଯାଞ୍ଚ ପରେ ଗନ୍ଧର୍ବ ତାକୁ ରାତ୍ରି ୯ ଟା ରେ ଫୋନ କରିଥିବା ଜଣାପଡିଥିଲା l ପରେ ୯ଟା ୪୫ ରେ ଚିତ୍ତକୁ ଅନ୍ୟ ଜଣେ ବନ୍ଧୁ ଫୋନ କରିଥିଲେ ବି ଫୋନ ଆଉ ରିସିଭ ହୋଇ ନଥିବାରୁ ସେହି ସମୟ ଭିତରେ ତାର ମୃତ୍ୟୁ ହୋଇସାରିଥିବା ଅନୁମାନ ହେଉଛି l ଗନ୍ଧର୍ବ ପୋଲିସ ନିକଟରେ ପହଂଚି ତାକୁ ଥାନାକୁ ଆଣି ପଚରା ଉଚରା କରିବାପରେ ସେ ସବୁକଥା ପୋଲିସ ଆଗରେ କହିଥିଲା l ପୋଲିସ ଏକ ହତ୍ୟା ମାମଲା ୠଜୁ କରି ଗନ୍ଧର୍ବ କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି |

Comments are closed.