ଘର ଗ୍ରୀଲ କାଟି ସୁନା ଓ ଲଷାଧିକ ଟଂକା ଲୁଟ
ବ୍ରହ୍ମପୁର,୨ା୭(ପରାମର୍ଶ ନ୍ଯୁଜ)-ଗୋପାଳପୁର ଥାନା ଅନ୍ଚର୍ଗଚ ମାଣ୍ଡିଆପଲ୍ଲୀ ବିକାଶ ନଗର ୧ମ ଲେନର ଏକ ଘରେ ପଶି ଦୁର୍ବୁତ୍ତମାନେ ଗ୍ରିଲ କାଟି ଲକ୍ଷ୍ୟଧିକ ଟଙ୍କାର ସୁନା, ରୂପା ଓ ଟଙ୍କା ଚୋରି କରିଥିବା ନେଇ ଅଭିଯୋଗ ହୋଇଛି l ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି | ସୂଚନା ମୁତାବକ, ବିକାଶ ନଗର ପ୍ରଥମ ଲେମରେ ରହୁଥିବା ପ୍ରଫୁଲ୍ଲ ଦାଶ ଗତ କିଛି ଦିନ ଧରି କୌଣସି ଜରୁରୀ କାର୍ଯ୍ଯରେ ବାହାରକୁ ଯାଇଥିଲେ l ଘରେ ରହୁଥିବା ତାଙ୍କ ଝିଅ ଓ ନାତି, ନାତୁଣୀ ଉପର ମହଲାକୁ ବିଳମ୍ବିତ ରାତ୍ର ପ୍ରାୟ ୧୨ ଟା ପରେ ଶୋଇବାକୁ ଯାଇଥିଲେ l ସକାଳୁ ଉଠି ଦେଖିବା ବେଳକୁ ତଳ ଘର ଆଲମାରୀ ଭାଙ୍ଗିବା ସହ ଜିନିଷ ପତ୍ର ଏଣେ ତେଣେ ପଡ଼ିଥିବା ଦେଖିବା ସହ ଆଲମାରୀରେ ରହିଥିବା ୧୦ ତୁଳାର ସୁନା ଗହଣା, ରୂପା ପ୍ରାୟ ୧ କେଜି, ନଗଦ ୨ ଲକ୍ଷ ୬୨ ହଜାର ଟଙ୍କା ଏବଂ ଦାମି ଲୁଗାପଟା, କାଗଜ ପତ୍ର ଦୃର୍ବତ୍ତ ମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ l ସୋମବାର ସକାଳେ ପ୍ରଫୁଲ୍ଲ ଦାଶ ଘରେ ପହଞ୍ଚି ଦେଖିବା ପରେ ଘରର ଝରକା ଗ୍ରିଲ ଭାଙ୍ଗି ଦୃର୍ବତ୍ତ ମାନେ ପଶି ଲୁଟିଥିବା ଜାଣିବାକୁ ପାଇଥିଲେ l ଏ ନେଇ ଗୋପାଳପୁର ଥାନାରେ ପ୍ରଫୁଲ ଲିଖିତ ଅଭିଯୋଗ କରିଥିଲେ l ଘଟଣା ସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l
Comments are closed.