ବ୍ରହ୍ମପୁର ,୨୭/୦୪/୨୧/(ପରାାମର୍ଶ ନ୍ୟୁଜ୍) : ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ୩୦୦ଶଯ୍ୟା ବିଶିଷ୍ଟ ଦ୍ବିତୀୟ କୋଭିଡ଼-୧୯ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଯାଇଛି । କରୋନା ଦ୍ବିତୀୟ ଲହରରେ ଦିନକୁ ଦିନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକେସିଜି ପରିସରରେ ଥିବା ସୁପର ସ୍ପେସିଆଲିଟି ବ୍ଲକ୍ରେ ୩୦୦ଶଯ୍ୟ ବିଶିଷ୍ଟ ଦ୍ବିତୀୟ କୋଭିତ୍ ହସ୍ପିଟାଲକୁ ସୋମବାର ସନ୍ଧ୍ୟାରେ କାର୍ଯ୍ୟକ୍ଷମ କରାଯାଇଛି । ଏଠାର ସମସ୍ତ ୩୦୦ଶଯ୍ୟା ରେ ଅକ୍ସିଜେନ ସଂଯୋଗ ରହିଥିବା ବେଳେ ୫୪ଟି ଆଇସିୟୁ ଶଯ୍ୟା ରହିଥିବା ଜଣାପଡ଼ିଛି । ପୂର୍ବରୁ ବଡ଼ ମେଡିକାଲ୍ର ପ୍ରଥମ କୋଭିତ୍ ହସ୍ପିଟାଲଟି ୧୫୦ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ସେଥିରେ ୨୪ଟି ଆଇସିୟୁ ରହିଥିଲା । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ଆଉ ୧୦ଟି ଶଯ୍ୟା ବଢ଼ାଯାଇ ୧୬୦ଶଯ୍ୟା କରାଯାଇଥିଲା । ଏହି ଦ୍ବିତୀୟ କୋଭିତ୍ ହସ୍ପିଟାଲକୁ ଗଞ୍ଜାମର କରୋନା ସଂକ୍ରମିତଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି ।

ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ଟି.ଆଓ , ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାସନ୍, କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାର , ଏମ୍କେସିଜି ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ,ଏମ୍କେସିଜି ପ୍ରଶାସନିକ ଅଧିକାରୀ ସଚିଦାନନ୍ଦ ନାୟକଙ୍କ ସମେତ ଏମ୍କେସିଜିର ବହୁ ଡାକ୍ତର ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି ।
ରିପୋର୍ଟ:ପିଣ୍ଟୁ ବେହେରା
Comments are closed.