ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଜିଲା ଶାଖା ପକ୍ଷରୁ ବିଷୋଭ
ବ୍ରହ୍ମପୁର,୩୦ା୧୧(ପରାମର୍ଶ ନ୍ଯୁଜ)-ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ ଡ଼ାକରାରେ ଗଂଜାମ ଜିଲ୍ଲା ପକ୍ଷରୁ ପେନସନର ମାନଙ୍କ ନ୍ୟାଯ୍ୟଦାବି ଯଥା :ସମସ୍ତ ପେନ୍ସନର ମାନଙ୍କୁ ଚିକିତ୍ସାଭତ୍ତା, କୋଭିଡ ସମୟରେ ଅଟକ ରଖିଥିବା ୧୮ ମାସର ମହଙ୍ଗାଭତ୍ତା ପ୍ରଦାନ, ସମସ୍ତଙ୍କୁ ପୁରୁଣା ପେନସନ ଦେବା, ପୂର୍ବଭଳି ବରିଷ୍ଠ ନାଗରିକ ମାନଙ୍କୁ ରେଳଯାତ୍ରାରେ ରିହାତି ଦେବା, କେନ୍ଦ୍ର ଅନୁରୂପ ପୁରା ପେନସନ ପାଇଁ ୨୫ ବର୍ଷ ପରିବର୍ତ୍ତେ ୨୦ କରାଯାଉ, ପି.ଜି.ପି.ଏ. ବିଭାଗର ପୁନଃ ସ୍ଥାପନ କରାଯାଉ , ଅତିରିକ୍ତ ପେନସନ ୬୫ ବର୍ଷରୁ ପ୍ରତି ୫ ବର୍ଷରେ ୫% ଅନୁପାତରେ ଦିଆଯିବା, ଏଲିମେଣ୍ଟାରୀ ଶିକ୍ଷକ ମାନଙ୍କୁ ୧୬.୫ ମାସର ଗ୍ରାଟୁଇଟି ପ୍ରଦାନ , ପେନସନ ନିର୍ଧାରଣରେ ହୋଇଥିବା ତ୍ରୁଟିକୁ ସଂଶୋଧନ କରିବା ଆଦି ୯ ଦଫା ଦାବୀନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ବିକ୍ଷୋଭ କରାଯାଇଥିଲା ଓ ୯ ଦଫା ସମ୍ବଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁପସ୍ଥିତିରେ ଶ୍ରୀ ରାମେଶ୍ୱର ପ୍ରଧାନ ଅତିରିକ୍ତ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନବ୍ଲକର ପେନ୍ସନର ଙ୍କ ସହ ଜିଲ୍ଲା ସଂଗଠନର ସଭାପତି ଡି.ମୋହନ ରାଓ, Asn ଗୁପ୍ତା,ଶଙ୍କର୍ଷଣ ପାତ୍ର ପୂର୍ବତନ ସଭାପତି କେ.ନନ୍ଦେଷୁ ସେନାପତି, କୃଷ୍ଣ ଚନ୍ଦ୍ର ଦାସ, ନୀଳାଞ୍ଚଳ ମିଶ୍ର ,ମହର୍ଷି ସିଂ ବିଜୟ କୁମାର ପଣ୍ଡା , ଡି.ଗୁରୁମୁର୍ତି ପାତ୍ର, ନିରାକାର ସାବତ ବି. ରଙ୍ଗା, ଏମ୍.ନରସିଂହା,ବସନ୍ତ କୁମାର ପାତ୍ର, ପ୍ରଦୀପ କୁମାର ଦାସ, କୃଷ୍ଣ ଚନ୍ଦ୍ର ଦାସ, କୈଳାଶ ଚନ୍ଦ୍ର ସାହୁ, ଦେବରାଜ ଖୁଟିଆ, ବିଜୟ ଚନ୍ଦ୍ର ଚୌଧୁରୀ,ଉଦୟ ନାଥ ଚୌଧୁରୀ, ସନ୍ତୋଷ କୁମାର ସାହୁ, ନାରାୟଣ ପାଣିଗ୍ରାହୀ,ଅମୂଲ୍ୟ ପଣ୍ଡା, ଅମୀୟ ଚନ୍ଦ୍ର ସାବତ ,ପ୍ରଫୁଲ୍ଲ ଚନ୍ଦ୍ର ପତ୍ର, ଚିକିଟି ସଂଗଠନରୁ ଅମୂଲ୍ୟ ଚନ୍ଦ୍ର ପଣ୍ଡା, ବି.ଧର୍ମା ରାଓ , ଭଗବାନ ବେହେରା,ସୋମନାଥ ରାଉତ, ଏନ.ପି.ବେହେରା,
ରଙ୍ଗେଇଲୁଣ୍ଡା ବ୍ଲକ ସଂଗଠନରୁ ନୀଳମାଧବ ଷଡଙ୍ଗୀ, କେ.କୃଷ୍ଣ ମୂର୍ତ୍ତି, ପୀତବାସ ମିଶ୍ର, ବସନ୍ତ କୁମାର ନାୟକ, ଟି.ଚନ୍ଦ୍ରଶେଖର ଅଚାରୀ, ହଡିବନ୍ଧୁ ଡାକୁଆ, ଗୁଣମଣି ସାହୁ, ବୁଗୁଡ଼ାରୁ ଯୋଗୀ ନାୟକ, ଗୋପାଳ ନାଯାକ ହିଂଜିଲିକାଟୁର ସହସ୍ରାନମ ପାଠୀ ଶତାଧିକ ପେନ୍ସନର ଯୋଗଦେଇଥିବା କର୍ମଚାରୀ ଗଂଜାମ ଜିଲ୍ଲା ସଭାପତି ଡି.ମୋହନ ରାଓ ଜଣାଇଛନ୍ତି।
Comments are closed.