ମୁଖ୍ୟମନ୍ତ୍ରୀଙ୍କୁ ଗଣଧାରଣା ସ୍ଥଳକୁ ନିମନ୍ତ୍ରଣ
ବ୍ରହ୍ମପୁର,୧୨ା୯(ପରାମର୍ଶ ନ୍ଯୁଜ)-ଆସନ୍ତା ୧୫ ତାରିଖରେ ଐତିହାସିକ ସହର ବ୍ରହ୍ମପୁର ବାସୀଙ୍କୁ ଉପହାର ସ୍ୱରୂପ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ର ଶୁଭାରମ୍ଭ ପରିପ୍ରେକ୍ଷୀରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯଥା ବିଧି ତଥା ବୈଦିକ ନୀତିରେ ନିମନ୍ତ୍ରଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଆଶା ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ୧୬୩ ବର୍ଷର ପୁରୁଣା ତଥା ରାଜ୍ୟର ପ୍ରଥମ ରେଳ ଷ୍ଟେସନ ଓ ଜାତୀୟ ରେଳ ଷ୍ଟେସନ ଗ୍ରେଡ୍ ୨ କୁ ମାନ୍ୟତା ପାଇଥିବା ଏବଂ ମିଳିତ କ୍ରିୟାନୁଷ୍ଠାନ ଅନ୍ୟ ୭ ଗୋଟି ଦାବି ଗୁଡ଼ିକୁ ଆଶାନୁରୂପ କାର୍ଯ୍ୟନୁଷ୍ଠାନ ସହ ଦକ୍ଷିଣ ଓଡ଼ିଶା ବାସୀଙ୍କ ଇଚ୍ଛା ଓ ଅଧିକାର କୁ ଚରିତାର୍ଥ କରିବେ ବୋଲି ଆଶା ରଖିଛନ୍ତି। ଆଜିର ଏହି ଚତୁର୍ଥ ଦିନ ଆନ୍ଦୋଳନ ରେ ବହୁ ଗଣ ସଙ୍ଗଠନ ଯୋଗ ଦେଇ ଏହି ଆନ୍ଦୋଳନ କୁ ଆହୁରି ବ୍ୟାପକ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଆଜିର ଏହି କାର୍ଯ୍ୟକ୍ରମର ଆଲୋଚନା ଚକ୍ରରେ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟନୁଷ୍ଠାନ କମିଟିର ଆବାହକ ତଥା ବରିଷ୍ଠ ଆଇନଜୀବି ତଥା ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଡଃ. ବାଳକୃଷ୍ଣ ପଣ୍ଡା, ସ୍ଥାୟୀ ବିକାଶ ଲକ୍ଷ୍ୟର ସଭାପତି, ମାନବାଧିକାର କର୍ମୀ ତଥା ଏହି କମିଟିର ମିଡ଼ିଆ ସଂଯୋଜକ ରବୀନ୍ଦ୍ର କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ସୁଦୀପ୍ତ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ବରଗଛ ସୁରକ୍ଷାର ସଭାପତି ଲୋକନାଥ ପରିଡ଼ା, ପରିବେଶବିତ୍ ସୁବାସ ମହାରଣା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଆଇନଜୀବି ଡଃ. ଶିବ ପ୍ରସାଦ ମିଶ୍ର, ପ୍ରଗତିଶୀଳ ଉତ୍କଳ ସମାଜର ସୂର୍ଯ୍ୟନାରାୟଣ ବେହେରା, ଡି. କେଶବ ରାଓ, ମହେଶ୍ୱର ବାଡତ୍ୟା, ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ପ୍ରବୀଣ ପଟ୍ଟନାୟକ, ସମାଜସେବୀ ଆଦିତ୍ୟ ନାରାୟଣ ରଥ, ଫୋରମ୍ ଫର୍ ଗଞ୍ଜାମ ଇ. ଟି. ରାଓ, ଛାତ୍ର ନେତା ପପୁନା ସାହୁ, ସରସ୍ଵତୀ ଶିଶୁ ମନ୍ଦିର ବଡକୋଦଣ୍ଡା ଟ୍ରଷ୍ଟି ସତ୍ୟ ନାରାୟଣ ପାତ୍ର, ପୂର୍ବତନ ବ୍ଲକ ଚେୟାରମେନ ଓ ଆଇନଜୀବୀ ଏନ୍ . ଭିମାରଜୁ ରେଡ୍ଡୀ, ଗୋପାଳପୁର ମଣ୍ଡଳ ସଭାପତି ପଞ୍ଚୁ ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ କାଳିଦାସ ଗୌଡ, ବରିଷ୍ଠ ନାଗରିକ ମଞ୍ଚ ପ୍ରଣୟ ମହାରଣା, ଶିକ୍ଷକ ମହାସଂଘର ଅଶୋକ କୁମାର ଦଳେଇ, ଆଇନଜୀବି ଏବଂ ସମାଜସେବୀ ସିରିନ୍ ତମ୍ମନା, ବରିଷ୍ଠ ସାମ୍ବାଦିକ ବାସୁଦେବ ବିଷୋୟୀ, ବରିଷ୍ଠ ସମାଜସେବୀ ତଥା ବହୁମୁଖି ସମାଜ ମଙ୍ଗଳ ସାଂସ୍କୃତିକ ପରିଷଦର ମାନସ ରଞ୍ଜନ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁଣୁପୁର ନାଗରିକ ସାମ୍ମୁଖ୍ୟ ର ବାସୁଦେବ ସାହୁକାର, ଶିକ୍ଷକ ନେତା ଅବସରପ୍ରାପ୍ତ କାମରଜୁ ମହାରଣା, ଫୋରମ୍ ଫର୍ ଗଞ୍ଜାମ ର ସୁଧୀର ରାଉତ, ଜନସଂଖ୍ୟା ଫାଉଣ୍ଡେସନ ର ଜିଲ୍ଲା ସଭାପତି ଅଶ୍ୱିନୀ କୁମାର ରଥ, ସମାଜସେବୀ ଉମା ବିଷୋୟୀ, ସୌନ୍ଦ୍ଧିକ ସମାଜ ରାୟଗଡାର ସଭାପତି ଅଶୋକ କୁମାର ସାହୁ, ତ୍ରିନାଥ ମହାପାତ୍ର, ଧବଳ ବେହେରା, ପୋଲସରା ଯୁବ ମଞ୍ଚ ନୀଳମାଧବ ସାହୁ, ସୁରେନ୍ଦ୍ର ନାଥ ରାଉତ, ଗଞ୍ଜାମ ଘରୋଇ ମୋଟର କର୍ମଚାରୀ ସଂଘ ଚିତ୍ତ ରଞ୍ଜନ ପ୍ରହରାଜ, ଉମେଶ ପ୍ରଧାନ, ଅବସରପ୍ରାପ୍ତ ଚିକିତ୍ସକ କେ. ନନ୍ଦେଶୁ ସେନାପତି, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଓ ଓଡ଼ିଶା ବିକାଶ ପରିଷଦର ପ୍ରିତିଶ ପାଣିଗ୍ରାହୀ, ଏମ. ଯଭେଦ ବେଗ ଗଞ୍ଜାମ ଅଟୋ ସଂଘ ଓ ଟ୍ରକ ମହାସଂଘ ପ୍ରମୁଖ ଅଂଶଗ୍ରହଣ କରି ଆଜିର ଆନ୍ଦୋଳନ କୁ ଆହୁରି ତୀବ୍ର ରୂପ ଦେଇଥିଲେ।
Comments are closed.