ବିଦ୍ୟୁତ ଆଘାତରେ ଶିଶୁ ଗୁରୁତର ଘଟଣାରେ ୫ ଅଭିଯୁକ୍ତକୁଂ ଜେଲ
ବ୍ରହ୍ମପୁର,୧୫ା୭(ପରାମର୍ଶ ନ୍ଯୁଜ)- ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଦଳିତ ସାହିରେ ରବିବାର ମଧ୍ୟାହ୍ନ ରେ ରାମାୟଣ ନାଟକ ମଞ୍ଚ ରେ ବିଦ୍ୟୁତ ଶର୍ଟ ସର୍କିଟ ହେବାରୁ ବିଦ୍ୟୁତ ଆଘାତରେ ୧୫ ଶିଶୁ ଙ୍କ ସମେତ ୨୦ ଜଣ ଗୁରୁତର ଆହାତ ହୋଇଥିଲେ। ଏହି ଘଟଣାରେ ଦିଗପହଣ୍ଡି ପୋଲିସ ଥାନା ପୋଲିସ ଏକ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ଫାସିଗୁଡ଼ା ଗ୍ରାମର ଯାତ୍ରା କମିଟି ସଭାପତି ଶିବରାମ ବିଷୋୟୀ, ଯାତ୍ରା ପାଇଁ ଗ୍ରାମକୁ ନାଟକ ଆଣିବାରେ ମଧ୍ୟସ୍ଥି ଥିବା ପାଟପୁର ଥାନା ସିଙ୍ଗପୁର ଗ୍ରାମର ରାଜେନ୍ଦ୍ର ଦୋରା,ଲାଇଟ୍ ଆଣ୍ଡ ସାଉଣ୍ଡ ମାଲିକ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା କୌତୁକୀ ନଗର ରେ ରହୁଥିବା ପାଟପୁର ଗ୍ରାମର ଶିବରାମ ବେହେରା, ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମ ଅପରେଟର ବ୍ରହ୍ମପୁର ସଦର ଥାନା ବେନ୍ଦାଳିଆ ଗ୍ରାମର ରବିନ୍ଦ୍ର କୁମାର ସାହୁ, ଲାଇଟ ଆଣ୍ଡ ସାଉଣ୍ଡ ର ଅନ୍ୟତମ ସିଷ୍ଟମ ଅପରେଟର ଗୋପାଳପୁର ଥାନା ଡୁରା ଗ୍ରାମର ବିଜୟ କୁମାର ରାଉଳ ଓରଫ ପପୁ। କୋର୍ଟ ରେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ରବିବାର ଗ୍ରାମରେ ମାଁ ଗ୍ରାମଦେବତୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଅବସରରେ ଚାଲିଥିବା ଯାତ୍ରା ରେ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ ହେଉଥିଲା।ପ୍ରବଳ ବର୍ଷା ହେବାରୁ ନାଟକ ପରିବେଷଣ ବନ୍ଦ କରାଯାଇଥିଲା। ବହୁ ସଂଖ୍ୟକ ଶିଶୁ ନାଟକ ପରିବେଷଣ ହେଉଥିବା ମଞ୍ଚ ତଳେ ଓ ଉପରେ ଖେଳୁଥିବା ବେଳେ ଷ୍ଟିଲ ଓ ଲୁହା ନିର୍ମିତ ମଞ୍ଚ ରେ ବିଦ୍ୟୁତ ଶଟ୍ ସର୍କିଟ ହୋଇ ଏର୍ଥିଂ ହୋଇଯିବାରୁ ମଞ୍ଚରେ ବିଦ୍ୟୁତ ପ୍ରବାହିତ ହୋଇଯାଇଥିଲା। ଶିଶୁ ମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଗୁରୁତର ଆହତ ହୋଇଥିଲେ।ଆହାତ ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ୮ ଶିଶୁ ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ କ୍ରିଷ୍ଣା ଦାସ ଏବଂ ବଳରାମ ଦାସ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଆଇ ସି ୟୁ ରେ ରଖି ଚିକିତ୍ସା କରାଯାଇଥିଲା। ସମସ୍ତ ଆହାତ ଶିଶୁ ମାନେ ଚିକିତ୍ସା ପରେ ସୁସ୍ଥ ଥିବା ସୂଚନା ମିଳିଛି।
Comments are closed.