ମଦ ଦୋକାନରେ ତାଲା ପକାଇଲେ ଅଂଚଳବାସୀ

65


ବ୍ରହ୍ମପୁର,୨୩ା୬(ପରାମର୍ଶ ନ୍ଯୁଜ)-ଗୋଳନ୍ଥରା ଅବକାରୀ ଥାନା ଅଧିନସ୍ଥ କନିଷି ଠାରେ ଥିବା ଏକ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନକୁ କନିଷି ଅଞ୍ଚଳବାସୀ ତାଲା ପକାଇ ବନ୍ଦ କରିଛନ୍ତି | ସୂଚନା ମୁତାବକ, କନିଷି -ତୁଳୁ ରାସ୍ତା ରେ ଥିବା ବିଦେଶୀ ମଦ ଦୋକାନ ଯୋଗୁଁ ପ୍ରତିଦିନ ମଦୁଆ ଙ୍କ ଭିଡ଼ ଜମିବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା। ସନ୍ଧ୍ୟା ସମୟରେ ସେହି ରାସ୍ତା ଦେଇ ଯିବା ପାଇଁ ଅଂଚଳବାସୀ ନିଜକୁ ସୁରକ୍ଷିତ ଭାବୁ ନ ଥିଲେ| ଏ ନେଇ ଅଞ୍ଚଳବାସୀ ବହୁଥର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ | ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ମଧ୍ଯ ହେଉଥିଲା। କିନ୍ତୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହେଉଥିଲା | ମଦ ଦୋକାନ ନିକଟରେ ଜନ ବସତି ବୃଦ୍ଧି ପାଇବା ସାଗଂକୁ ମଦୁଆକଂ ଆଡ୍ଡା ସ୍ଥଳୀ କାରଣରୁ ଲୋକେ ଅତିଷ୍ଠ ହେଉଥିଲେ | ଯାହାକୁ ନେଇ ଆଜି ଅଂଚଳବାସୀ ନିଜେ ମଦ ଦୋକାନକୁ ବନ୍ଦ କରିଥିଲେ |

Comments are closed.