ନବ ନିର୍ବାଚିତ ବିଜେପି ବିଧାୟକକଂ ବାଇକ ଶୋଭାଯାତ୍ରା
ବ୍ରହ୍ମପୁର, ୫!୬(ପରାମର୍ଶ ନ୍ଯୁଜ)-ବ୍ରହ୍ମପୁର ବିଜେପି ବିଧାୟକ ରୂପେ ବିପୁଳ ଭୋଟରେ ଜିତିବା ପରେ ବିଧାୟକ କେ ଅନୀଲ କୁମାର ନିଜର ସମର୍ଥକ ଓ ଦଜୀୟ କର୍ମୀକୁଂ ନେଇ ସହରରେ ଏକ ବିରାଟ ଶୋଭାଯାତ୍ରା କରିଥିଲୋ ମୋଦି ଗ୍ୟାରେଣ୍ଟିକୁ ବିଶ୍ୱାସକୁ ନେଇ ବ୍ରହ୍ମପୁର ସହରର ଜନସାଧାରଣ ସେବା କରିବାର ସୁଯୋଗ ଦେଇଥିବାରୁ ଭକ୍ତିପୂର୍ଣ୍ଣ କୃତଜ୍ଞତା ଜ୍ଞାପନ ସହ ସହରବାସୀକୁଂ ଧନ୍ୟବାଦ ଦେଇଥିଲୋ ମୋଟରସାଇକେଲ୍ ଶୋଭାଯାତ୍ରା ଗାନ୍ଧୀନଗର ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ବାହାରି ଗୈାତମ ସିନେମା ହଲ୍ ରୋଡ଼,ଗିରିଜା ଛକ,ଗିରି ମାର୍କେଟ୍,ହନୁମାନ ବଜାର,ସାନ ବଜାର,ବଡ଼ ବଜାର,ଫାଷ୍ଟ ଗେଟ୍,ହରିଡ଼ାଖଣ୍ଡି ଛକ,ଆସ୍କା ରୋଡ଼,ଗେଟ୍ ବଜାର,ଷ୍ଟେଟ୍ ବ୍ୟାଙ୍କ,ପିଭିଏନ୍ ରାଓ ପେଟ୍ରୋଲ ପମ୍ପ ଛକ,ଖଲ୍ଲିକୋଟ କଲେଜ,ବିଜିପୁର,ଗୋସାଇଁନୂଆଗାଁ ଦେଇ ଗାନ୍ଧୀନଗର ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଏବଂ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଥିଲେ । ମୋଦୀ ଯାହା କୁହନ୍ତି, ତାହା କରନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯିବ । ସବୁ ମୋଦୀ ଗ୍ୟାରେଣ୍ଟିର ସ୍ୱପ୍ନ ସାକାର ହେବ । ବିକଶିତ ଭାରତରେ ସାମିଲ୍ କରି ବ୍ରହ୍ମପୁରକୁ ଶ୍ରେଷ୍ଠ ସହରରେ ପରିଣତ କରିବାକୁ ପ୍ରତିଜ୍ଞାବଦ୍ଧ ବୋଲି ବିଧାୟକ କହିଥିଲେ ା ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ,ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ପୂର୍ବତନ ବିଧାୟକ ଶିବ ସାହାଣୀ,ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶରତ ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ତଥା ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳା,ଟି.ଗୋପି,ବଦ୍ରି ନାୟକ,ସଞ୍ଜୟ ଜେନା,ପତିତପାବନ ଗନ୍ତାୟତ,ଏଲ୍. ଗୋପି,ଲୋକନାଥ କର,ମଦନ ମୋହନ ପାତ୍ର,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ, କୃଷ୍ଣ ଚୈଧୁରୀ,ଧର୍ମରାଜ ପାଣିଗ୍ରାହୀ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ନିବେଦିତା ପାଢ଼ୀ,ବର୍ଷା ବିଦ୍ୟୁସ୍ମିତା, ମୋନିତା ଦାସ,ଜଗନ୍ନାଥ ଜେନା,ପ୍ରଦୀପ ମିଶ୍ର,ପ୍ରଣୟ ମହାପାତ୍ର,ଆନନ୍ଦ ମହାଙ୍କୁଡ଼,ଅନୁପ ପଣ୍ଡା,ମନୋଜ ପାଢ଼ୀ,କୃଷ୍ଣ ପଣ୍ଡା,ଶିଲା ରବି,ଶଙ୍କର ପ୍ରସାଦ ମହାରଣା, ରମେଶ ସେଠୀ, ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ୍ ହେଇଥିଲେ ।
Comments are closed.