ସୁଷମ ଓ ପୃଷ୍ଟିକର ଖାଦ୍ୟ ଦେଲା ‘ଅନିଲ’ଙ୍କୁ ନିଆରା ପରିଚୟ

767

ବ୍ରହ୍ମପୁର,୨୭/୨୧/(ପରାମର୍ଶ ନ୍ୟୁଜ୍):କେବଳ ବ୍ୟବସାୟ କରି ଟଙ୍କା ଉପାର୍ଜନ କରିବା ବ୍ୟବସାୟୀଙ୍କ ମୂଳ ଉଦ୍ଦେଶ୍ୟ ନୁହେଁ , ବରଂ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ସ୍ୱଚ୍ଛ ଏବଂ ସ୍ବାଦିଷ୍ଟ ସାମଗ୍ରୀ ଦେବା ବ୍ୟବସାୟର ଅନ୍ୟ ଏକ ମହାନ ଉଦେଶ୍ୟ ମଧ୍ୟ ହୋଇଥାଏ । ଏହାକୁ ପ୍ରମାଣିତ କରିଛନ୍ତି ବ୍ରହ୍ମପୁରର ପୃଷ୍ଟିକର ଖାଦ୍ୟ/ ହ୍ୱସିଲ୍ ହେଲ୍.ଦୀ ବ୍ୟବସାୟୀ ଅନିଲ ବେହେରା । ଏକ ଛୋଟିଆ ପୃଷ୍ଟିକର ଖାଦ୍ୟ ଦୋକାନ କରି ସେ ଆଜି ସହରରେ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି । ଏହି ପୃଷ୍ଟିକର ଖାଦ୍ୟ ଖାଇବା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥାଏ ତାଙ୍କ ଛୋଟିଆ ଦୋକାନରେ । ବର୍ତ୍ତମାନ ସେ ସହରରେ ନିଜର ସ୍ଵତନ୍ତ୍ର ପୃଷ୍ଟିକର ଖାଦ୍ୟ ପାଇଁ ସେ ଜଣେ ଚଚ୍ଚିତ ବ୍ୟକ୍ତି । ପୃଷ୍ଟିକର ଖାଦ୍ୟ ଖାଇବା କୁ ହେଲେ ଆପଣଙ୍କୁ ବ୍ରହ୍ମପୁର ଖଲ୍ଲିକୋଟ ଷ୍ଟାଡିୟମ ସମ୍ମୁଖରେ ଯିବାକୁ ପଡ଼ିବ । ଏହି ବ୍ୟବସାୟ କରି ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଚଳିତ ବର୍ଷ ସ୍ୱୟଂ ଶାସିତ ଖଲ୍ଲିକୋଟ ମହାବିଦ୍ୟାଳୟ ର ଯୁକ୍ତ ତିନି ପାସ୍ କରିଥିବା ଛାତ୍ର ଅନୀଲ ବେହେରା ।

ରାଜ୍ୟରେ ନିଯୁକ୍ତି ସମସ୍ୟା ଯୋଗୁ ବହୁତ ବଡ଼ ଭାଇ ଏବଂ ସାଙ୍ଗ ମାନଙ୍କୁ ଦେଖି ସେ ବାଧ୍ୟ ହୋଇ ନିଜେ କିଛି କରିବା ଲାଗି ଅଣ୍ଟା ଭିଡିଥିଲେ । ଆଉ ସମାଜରେ ଉଦାହରଣ ସହ ବାର୍ତ୍ତା ବାଣ୍ଟିବା ଲକ୍ଷ ରଖି ଖୋଲିଲେ ଏକ ପୃଷ୍ଟିକର ଖାଦ୍ୟ ଦୋକାନ । କିନ୍ତୁ ଅନୀଲଙ୍କ ମୁଖ୍ୟତଃ ଦୁଇଟି ଇଚ୍ଛା ଥିଲା, ନିଜ ଖର୍ଚ୍ଚ ପାଇଁ ପରିବାର ଉପରେ ବୋଝ ନ ହେବା ଏବଂ ରାଜ୍ୟର ନିଯୁକ୍ତି ସମସ୍ୟା କୁ ଭିତ୍ତି କରି ତାହା ସରକାରଙ୍କୁ ଚେତାଇବା । ଅନିଲ ପ୍ରଥମେ ଦେଖିଲେ ଚାକିରୀ ନାହିଁ କି ନିଯୁକ୍ତି ନାହିଁ ତାଙ୍କର ଅନେକ ସିନିୟର ଏବଂ ସାଙ୍ଗ ମାନେ ବର୍ତ୍ତମାନ ମଧ୍ୟ ଅଛନ୍ତି ବେକାର । ସାଙ୍ଗ ଓ ଭାଇଙ୍କୁ ଦେଖି କଣ କରିବି ଚିନ୍ତା କରିଲେ ଅନିଲ। ତେଣୁ ବାଧ୍ୟ ହୋଇ ସେ ତାଙ୍କସାଙ୍ଗ ମାନଙ୍କ ସହଯୋଗ ରେ ନିର୍ମାଣ କଲେ ପୃଷ୍ଟିକର ଖାଦ୍ୟ ଦୋକାନଟିଏ । ଯାହାର ନାମ ରଖିଛନ୍ତି ହ୍ୱସିଲ୍ ହେଲ୍.ଦୀ । ସୁଷମ ଓ ପୃଷ୍ଟିକର ଖାଦ୍ୟ ପାଇଁ ଅନିଲ ଙ୍କ ଏହି ହେଲଦୀ ଦୋକାନ ଏବେ ସଭିଏଁ ଙ୍କ ପସନ୍ଦ । ବ୍ରହ୍ମପୁର ଖଲ୍ଲିକୋଟ ଷ୍ଟାଡିୟମ ସମ୍ମୁଖରେ ରହିଛି ଅନିଲଙ୍କ ଏହି ଦୋକାନ । ନିଜ ରୋଜଗାରକ୍ଷମ ହେବା ସହିତ ୭ଜଣ ଛାତ୍ରଙ୍କୁ ଦେଇଛନ୍ତି ରୋଜଗାରର ବାଟ ଯେଉଁ ମାନଙ୍କ ବୟସ ୨୧ ମଧ୍ୟରେ ହେବ । ଜିଲ୍ଲା ରୁ ବିଭିନ୍ନ ଅଞ୍ଚଳରୁ ଆସି ବ୍ରହ୍ମପୁରରେ ରହି ପଢୁଥିବା ଏହିଁ ଛାତ୍ର ମାନେ ପଡ଼ିବା ସହ ବଳକା ସମୟ ଏଠାରେ ଦେଇ ପରିବାର ପୋଷଣ ସହ ପଢ଼ା ଖର୍ଚ୍ଚ ଉଠାଉଥିବା କହିଛନ୍ତି ସେମାନେ । ବାପା ପ୍ରକାଶ ବେହେରା ଓ ମା ନମିତା ବେହେରାଙ୍କ ପୁଅ ଅନିଲ ,ସୁନିଲ, ସୁଶୀଲ, ରାହୁଲଙ୍କ ଅନିଲ ହେଉଛି ବଡ଼ ପୁଅ । ବାପା ମା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶାସନ ଆମ୍ବ ଗାଁ ରେ ରହୁଥିବା ବେଳେ ପ୍ରଥମ ଶ୍ରେଣୀରୁ ବ୍ରହ୍ମପୁର ଗେଟ୍ ବଜାର ନିକଟ ଲକ୍ଷ୍ମୀ ନଗରରେ ଦଦାଙ୍କ ପାଖରେ ଅନିଲ ପାଠ ପଢୁଥିଲେ । ନବମ ଶ୍ରେଣୀ ପଢୁଥିବା ବେଳେ ବାପାଙ୍କ ମୃତ୍ୟୁ ହୋଇଗଲା । ଅର୍ଥ ଅଭାବରୁ ୪ଭାଇ ମଧ୍ୟରୁ ଦୁଇଭାଇ ପାଠପଢା ଛାଡ଼ିଲେ । ବାପା ଥିଲେ ରୋଜଗାର ଥିଲା ବାପା ଯିବା ପରେ ରୋଜଗାର ପନ୍ଥା କିଛି ନ ଥିବାରୁ ପାଠ ପଡିବା ତୋ ଦୂର ର କଥା ପ୍ରତିଦିନ ଖାଇବା ପିଇବା ଯୋଗାଡ଼ କରିବା କଷ୍ଟ ହୋଇପଡିଲା ଅନିଲ ଙ୍କ ପରିବାର ପାଇଁ । ଅନିଲ ଘର କୁ ବଡ଼ ପୁଅ ହୋଇଥିବାରୁ ଘର ସମସ୍ତ ଦାଇତ୍ୱ ନେବା ପାଇଁ ଅନିଲ ବିବାହ ଭୋଜି ଭାତରେ କେଟେରିଂ ଗଲେ । ଗୋଟିଏ ଭୋଜି ବଢ଼ାବଢ଼ି କଲେ ଅନିଲ ମାତ୍ର ୯୦ଟଙ୍କା ପାଇଥାନ୍ତି । ସେହିପରି ସେ ଦିନ ଓ ରାତି ଭୋଜି ବଢ଼ାବଢ଼ି କରି ମାସ କୁ ୩୬୦୦ ତାଙ୍କ ରୋଜଗାର କରୁଥିଲେ । ଭୋଜି ଭାତ ୬ମାସ ଭିଡ଼ ରହିଲା ବେଳେ ଆଉ୬ ମାସ ଅନିଲ ଖାଲିରେ ନ ବସି ରଙ୍ଗକାମ କରିଲେ । ଦିନକୁ ୧୫୦ ଟଙ୍କା ମଜୁରୀ ଭାବେ ମିଳୁଥିବା ବେଳେ କାମକୁ ନ ଗଲେ ଗାଳି ମଧ୍ୟ ଶୁଣିବାକୁ ମିଳୁଥିଲା ଅନିଲଙ୍କୁ । ଏହି ଗାଳି ଗୁଳଜ ଓ ଭୋଜି ବଢ଼ିବା ମଧ୍ୟରେ ଅନିଲଙ୍କ ୩ ବର୍ଷ ଅର୍ଥାତ୍ ଦଶମ ଓ ଯୁକ୍ତଦୁଇ ପାସ୍ କରିନେଇ ଥିଲେ । ସୂଚନା ଯୋଗ୍ୟ କି ଅନିଲ ଯୁକ୍ତ ଦୁଇ ପଢ଼ୁଥିବା ସମୟରେ ଏନ୍.ସି.ସି କ୍ୟାମ୍ପ ଯାଉଥିଲେ । ସେଠାରେ ଖାଇବା କୁ ଦିଆ ଯାଉଥିବା କଦଳୀ ,କ୍ଷୀର, ବ୍ରେଡ଼, ସିଜା ଅଣ୍ଡା ଭଳି ବିଭିନ୍ନ ପୃଷ୍ଟିକର ଖାଦ୍ୟ ଅନିଲ ଙ୍କୁ ଦେଖାଇଛି ରୋଜଗାର ର ବାଟ । ଏହି ସବୁ ପୃଷ୍ଟିକର ଖାଦ୍ୟ ରେଶମ ସହର ବାସୀଙ୍କୁ ଯୋଗେଇ ଦେବା ସହ ଦୁଇ ପଇସା ରୋଜଗାର କରିବା ଲକ୍ଷ ନେଇ ୧୨୦୦ଟଙ୍କାରେ ଆରମ୍ଭ କରିଥିଲେ ଏହି ବେପାର ଅନିଲ ଓ ତାଙ୍କ ସାଙ୍ଗ । ପ୍ରଥମେ ବଡ଼ ମେଡ଼ିକାଲ୍ ଖେଳ ପଡ଼ିଆ ଠାରେ ଅଣ୍ଡା ଓ ବ୍ରେଡ଼ ବ୍ୟବସାୟ ଆରମ୍ଭ କରିଥିଲେ କିନ୍ତୁ ସେଠାରେ ୨୦ଦିନ ପାଖ ପାଖି ବ୍ୟବସାୟ ଲୋସ ରେ ପଡ଼ିଥିଲେ ଅନିଲ । ଏଠାରେ ଭଲ ବେପାର ନ ହେବା ଫଳରେ ଅନିଲ ଖଲ୍ଲିକୋଟ ଷ୍ଟାଡିୟମ ସମ୍ମୁଖରେ ୫ଟି ଭିଟାମିନ୍ ଏବଂ ପୃଷ୍ଟିକର ଖାଦ୍ୟ ,ଭୂସୀମିଶ୍ରି ପଣା, ମାନଡ଼ିଆ, ଗଜାମୁଗ ,ବୁଟମୁଗ,କଦଳୀ, ଆଦି ଏଠାରେ ବେପାର ଆରମ୍ଭ କରିଥିଲେ । ପ୍ରତିଦିନ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ କୁ ବ୍ୟାମ ଓ ଖେଳିବାକୁ ଆସୁଥିବା ଲୋକ ପାଇଁ ଏହି ସୁଷମ ଓ ପୃଷ୍ଟିକର ଖାଦ୍ୟ ଦୋକାନ ଟି ଲୋକଙ୍କ ବେଶ୍ ପସନ୍ଦ ହୋଇଥିଲା । ପରେ ଧୀରେ ଧୀରେ ଲୋକଙ୍କ ଆବଶ୍ୟକ ପୁରାଣ କରିବା ସହ ଅନିଲ କିଛି ନୁଆଁ କରିବା ପାଇଁ ୟୁଟ୍ୟୁବରୁ ପୃଷ୍ଟିକରଖାଦ୍ୟ କୌଶଳ ସର୍ଚ୍ଚ କରି ଶିଖି ଥିଲେ ଅନେକ ପୃଷ୍ଟିକରଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ।

ବୟେଲ୍ ଚିକେନ୍(୪୦) ,ବ୍ରାଉନ ବ୍ରେଡ଼(୪୦),ସାଣ୍ଡ୍ ୱଇଚ୍ (୭୦),ଏଗ୍,ଆମ୍ବେଲେଟ(୩୦),ଚିକେନ୍ଆମ୍ବେଲେଟ,ବୟେଲ୍ଏଗ୍(୩୫) ଓରେଞ୍ଜ ଜୁସ୍( ୩୦) ସମେତ ବିଭିନ୍ନ ପ୍ରକାର ସାଣ୍ଡ୍ ୱଇଚ୍ ,ଚିକେନ୍ ସାଲେଟ ଓ ତାୱା ଫିସ୍(୭୦) ଗ୍ରାହକଙ୍କୁ ଆକର୍ଷିତ କରୁଛି । ଆରମ୍ଭ ହୋଇଥିଲା ମାତ୍ର ୫ଟି ଖାଦ୍ୟ ରୁ କିନ୍ତୁ ବର୍ତ୍ତମାନ ୩୫ରୁ ଉର୍ଦ୍ଧ୍ବ ଖାଦ୍ୟ ଏଠାରେ ମିଳୁଥିବାରୁ ପ୍ରତିଦିନ ୪୦୦ ରୁ ୫୦୦ ଖାଦ୍ୟ ଖାଇଥାନ୍ତି । ଏଠାରେ ୦୫ଟଙ୍କା ରୁ ଆରମ୍ଭ କରି ୭୦ ଟଙ୍କା ପଯ୍ୟନ୍ତ ପ୍ରାୟ ୩୫ ଉର୍ଦ୍ଧ୍ବ ଖାଦ୍ୟ ମିଳେ । ଅନିଲ କହିବା ଅନୁଯାୟୀ ପ୍ରତିଦିନ ୧୨୦୦୦ ହଜାର ବେପାର ହେଉଥିବା ବେଳେ ରବିବାର ଦିନ ୧୪୦୦୦ ବେପାର ହୁଏ ।
ଅନିଲଙ୍କ ମା ଏହି ବେପାର ପ୍ରସ୍ତୁତି ରେ କାଯ୍ୟ ରେ ସାହାଯ୍ୟ କରୁଥିବା ବେକେ ଅନିଲଙ୍କ ସାତ ଜଣ ସାଙ୍ଗ ଓ ସାନ ଦୁଇ ଭାଇ ଏହି କାମ ରେ ନିୟୋଜିତ ଅଛନ୍ତି । ଆଜି ଯୁବ ପିଡ଼ି ଚାକିରୀ ପଛରେ ପଡ଼ିଛନ୍ତି । ଚାକିରୀ ରେ ସ୍ଵାଧୀନତା ନାହୁଁ ବ୍ୟବସାୟ ରେ ସ୍ୱାଧୀନତା ଅଛି । ତେଣୁ ଏହି ବ୍ୟବସାୟୀ କରି ଭଲ ରୋଜଗାର ସହ ବେଶ୍ ଖୁସି ରେ ଥିବା କହିଛନ୍ତି ଅନିଲ । ଏ ବର୍ଷ କୋରନା ପାଇଁ ସେ କୋଉ କଲେଜ ରେ ନାମ ଲଗେଇପାରି ନଥିବା ବେଳେ ଆଗକୁ ଏହି ବ୍ୟବସାୟ କରିବା ସହ ଏମ୍ ବି ଏ କରିବି ବୋଲି ଅନିଲ କହିଛନ୍ତି ।
ରିପୋର୍ଟ:ପିଣ୍ଟୁ ବେହେରା

Comments are closed.