ଗୋପାଳପୁର କଂଗ୍ରେସ ପକ୍ଷରୁ ଅକ୍ଷିମୁଠି ପୂଜା

4

ବ୍ରହ୍ମପୁର,୩୦/୪/୨୫(ପରାମର୍ଶ ନ୍ଯୁଜ)-ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତାରେ ଥିବା ଫସଲ ଜମିରେ ଆଜି ଅକ୍ଷି ତୃତୀୟା ଅବସରରେ କଂଗ୍ରେସ ପକ୍ଷରୁ ଆଜି ଗୋପାଳପୁର କଂଗ୍ରେସ ବିଧ୍ୟାୟକ ପାର୍ଥୀ ତଥା ଗଞ୍ଜାମ ଜିଲ୍ଲା କିସାନ କଂଗେସ ସଭାପତି ଶ୍ୟାମ ସୁନ୍ଦର ସାହୁଙ୍କ ଅଧକ୍ଷତାରେ ଅକ୍ଷିମୁଠି ପୂଜା ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ଭାବେ ବ୍ରହ୍ମପୁର ଜାତୀୟ କଂଗ୍ରେସ ସାଂସଦ ପାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପଶ୍ଚିମ କିସାନ କଂଗ୍ରେସ ସଭାପତି ପଦ୍ମ ଚରଣ ସାହୁ,ମହେଶ୍ୱର ପାତ୍ର,ରଙ୍ଗେଇଲୁଣ୍ଡା ସରପଞ୍ଚ ପ୍ରତିନିଧି ସରତ କୁମାର ମହାଙ୍କୁଡ଼,ଆନନ୍ଦ କୁମାର ମହାନ୍ତି,ଶଙ୍କର ଅଧିକାରୀ,ବସନ୍ତ ପଟ୍ଟନାୟକ,ଭାସ୍କର ବାଙ୍ଗାରି ପ୍ରମୁଖ ଉପସ୍ଥିତ ରହି ଅକ୍ଷିମୁଠିକୁ ପୂଜାର୍ଚ୍ଚନା କରି ହଳ ବୁଲାଇ ଧାନ ବିହନ ବୁଣି ଥିଲେ l ଏଥିରେ କଂଗ୍ରେସ ଯୁବ ନେତା,ନାରୀ ନେତ୍ରୀ,କୃଷକ ନେତା,ଚାଷୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

Comments are closed.