ଜାତୀୟ ଟୀକାକରଣ ସପ୍ତାହ ପାଳିତ
ବ୍ରହ୍ମପୁର,୨୮।୪(ପରାମର୍ଶ ନ୍ଯୁଜ)-ଜାତୀୟ ଟୀକାକରଣ ସପ୍ତାହ ଅପ୍ରେଲ ମାସ ୨୪ ତାରିଖରୁ ୩୦ ତାରିଖ ଯାଏଁ ଦେଶରେ ବ୍ୟାପକ ଭାବରେ ସବୁବର୍ଷ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ ସଭିଙ୍କୁ ଟୀକାକରଣ ସ୍ରୋତରେ ସାମିଲ କରିବା ନିଜକୁ ପରିବାର ସମାଜ ଓ ଦେଶକୁ ବିଶ୍ବରେ ଏକ ସ୍ବତନ୍ତ୍ର ସୁସ୍ଥ ଓ ସୁରକ୍ଷିତ ରହିବାର ପରିବେଶ ସୃଷ୍ଟି କରିବା । ଆମେ ମାନେ ହିଁ ଅଗ୍ରଣୀ ହେଲେ ଓ ଉଦ୍ୟମ କଲେ ଏହା ଏକ ସଫଳତମ କାର୍ଯକ୍ରମ ହେବ। ଏହି ଟୀକାକରଣ ଦ୍ବାରା ବହୁ ରୋଗ ଦୂରୀକରଣ ଓ ମୂଳୋତ୍ପାଟନ ଏହି ପୃଥିବୀରୁ ହୋଇପାରିବ। ଏହା ଆମ ମାନଙ୍କ ଏକ କୃତୀ। ଏହି ଦେଶସ୍ତରୀୟ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ବିଭିନ୍ନ ବର୍ଗର ଉର୍ଦ୍ଧ୍ବରେ ରଖି ସମାନ ଭାବରେ ଓ ସମସ୍ତେ ଏକ ଭାବରେ ଟୀକାପାଇବାର ହକଦାର ଏହାର ସଫଳତା ନିର୍ଭର କରେ। ଏହି ଟୀକାକରଣ ଦ୍ବାରା ଦୁଇ ମିଲିୟନରୁ ତିନି ମିଲିୟନ ମହିଳା ଓ ଶିଶୁ ପ୍ରତିବର୍ଷ ବଞ୍ଚିଯାଇଥାନ୍ତି। ସମସ୍ତଙ୍କ ପାଇଁ ଟୀକାକରଣ ମାନବ ଚେଷ୍ଟାରେ ସମ୍ଭବ। ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ଗାୟତ୍ରୀ ହସ୍ପିଟାଲରେ ଅପ୍ରେଲ ୨୫ ତାରିଖରେ ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଡାକ୍ତର ଇତିଶ୍ରୀ ମିଶ୍ର ଡାକ୍ତର ପାର୍ଥ ସାରଥି ତ୍ରିପାଠୀ ବିଭିନ୍ନ କର୍ମକର୍ତ୍ତାଗଣ ପ୍ରସୂତୀ ମହିଳା ମାନଙ୍କ ଗହଣରେ ପାଳନ କରାଯାଇଥିଲା। ଏହି ସଭାରେ ଟୀକାକରଣରର ସମସ୍ତ ପ୍ରକାର ସରକାରୀ କ୍ଷେତ୍ରର ସହଯୋଗୀତା ଉପଲବ୍ଧତା ବିଷୟରେ ଚର୍ଚ୍ଚା ହୋଇଥିଲା। ମହିଳା ମାନଙ୍କର ଗର୍ଭ ପୂର୍ବରୁ ଓ ସମୟରେ ଟୀକାକରଣରବିଶେଷ ଆଲୋଚନା କରାଯାଇଥିଲା। ବିଶିଷ୍ଟ ଟୀକା କ୍ନ୍ୟାନସର ସର୍ଭିସକୁ କେମିତି ଟୀକାକରଣ ଦ୍ବାରା ଲୋପ କରାଯାଇପାରିବ ଆଲୋକପାତ କରାଯାଇଥିଲା। ଶେଷରେ ଏହି କାର୍ଯ୍ଯକ୍ରମରେ ଯୋଗଦେଇଥିବା ଡାକ୍ତର ମାନଙ୍କୁ ସମ୍ବଦ୍ଧିର୍ତ ଓ ଏକ ୱକଥନ ମଧ୍ୟ କରାଯାଇଥିଲା। ସମସ୍ତ ଗର୍ଭବତୀ ନାରୀଙ୍କର ଶହେ ପ୍ରତିଶତ ଟୀକାକରଣର ଲକ୍ଷ୍ୟ ଓ କ୍ନ୍ୟାନସର ସେରଭିସ ନିରାକରଣ ସମ୍ବନ୍ଧୀୟ ଚର୍ଚ୍ଚା ହୋଇଥିଲା। ସଭାରେ ଯୋଗଦେଇଥିବା ସଭିଙ୍କୁ ଧନ୍ୟବାଦ ସହ ସଭାଭଙ୍ଗ କରାଯାଇଥିଲା।
Comments are closed.