ଡୁରା କଲେଜରେ ବାର୍ଷିକ କ୍ରୀଡା ଉତ୍ସବ

68


ବ୍ରହ୍ମପୁର୧୬।୨(ପରାମର୍ଶ ନ୍ଯୁଜ)-ଡୁରା ସ୍ଥିତ ରାମ ନାରାୟଣ ଡିଗ୍ରୀ କଲେଜରେ ଆଜି କ୍ରୀଡ଼ା ବାର୍ଷିକ ଉତ୍ସବ ପାଳିତ ହୋଇଥିଲା l ଏଥିରେ କଲେଜ ଅଧକ୍ଷ ଡ଼. ପିନାକୀ ମହାନ୍ତିଙ୍କ ଅଧକ୍ଷତା କରିବା ସହ ଛାତ୍ର,ଛାତ୍ରୀଙ୍କୁ ପାଠପଢ଼ା ସହ ଖେଳକୁଦ ପ୍ରତି ଧ୍ୟାନ ଦେବାଜୁ କହିଥିଲେ l କଲେଜର ପୁରୁଷ ଓ ମହିଳା ବର୍ଗରେ ୧୨ଟି ପ୍ରତିଯୋଗିତା ହୋଇଥିଲା l ଏହି କ୍ରୀଡ଼ାରେ କୃତୀ ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ପୁରୁଷ ବର୍ଗରେ ବି6ଘ୍ନଶ୍ଵର ଭୂୟାଁ ଉଚ୍ଚ ଡିଆଁ, ଲମ୍ବ ଡିଆଁରେ ପ୍ରଥମ,୧୦୦ମିଟର ଦୌଡରେ ତୃତୀୟ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଥିବା ବେଳେ ମହିଳା ବର୍ଗରେ ପୁଷ୍ପାଞ୍ଜଳୀ ମହାଙ୍କୁଡ଼ ୧୦୦,୨୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ଓ ୪୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଥିବାରୁ କଲେଜ ପକ୍ଷରୁ ଟ୍ରଫି ପ୍ରଦାନ କରାଯାଇଥିଲା l ଶେଷରେ ଡ଼. ରାଜେଶ କୁମାର ପଶୁପାଳକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚନା ପାଣିଗ୍ରାହୀ, ଗିରିଧାରୀ ମହାପାତ୍ର, ସନ୍ତୋଷ କୁମାର ଦଳେଇ, ଡ଼. ଉଷାରାଣୀ ବ୍ରହ୍ମl, ସରିତା ପଟ୍ଟନାୟକ, ସସ୍ମିତା କୁମାରୀ ସାବତ, ସବିତା କୁମାରୀ ସାହୁ, ସୁରେଶ ସାମନ୍ତରାୟ, ସୁନିତା କୁମାରୀ ବେହେରା, କୃତୀ ବାସ ପ୍ରଧାନ, ସିଲି ଦେବୀ ପ୍ରଧାନ, ଗଣେଶ ସାହୁ, ବି. ଜଗଦିଶ, ପ୍ରଶାନ୍ତି ଡୋରା, ମୌସୁମୀ ମିଶ୍ର, ରଂଜିତ ନାୟକ, ସପ୍ନl ମଣ୍ଡଳ, ନମିତା ଚୌଧୁରୀ, ଅନିଲ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l

Comments are closed.