ସଡ଼କ ଦୁର୍ଘଟଣାକୁ ନେଇ ରାସ୍ତାରୋକ
ନବରଙ୍ଗପୁର,୯/୧୦(ପରାମର୍ଶ ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମନ୍ତ୍ରୀଗଡା ଗ୍ରାମର ନବୀନ ହରିଜନ ନାମକ ଜଣେ ବ୍ୟକ୍ତି ଗତ ଛଅ ତାରିଖ ଦିନ ଏକ ସଡକ ଦୁର୍ଘଟଣା ରେ ଗୁରୁତର ଆହତ ହୋଇଥିଲେ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେରେ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ଘଟିବା ପରେ ଗ୍ରାମବାସୀ ଆଜି ପାପଡାହାଣ୍ଡି ମଧ୍ୟରେ ଚିକିଲି ଛକ ନିକଟରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ନବରଙ୍ଗପୁର ଏବଂ କଳାହାଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ଫଳରେ ଯାନବାହାନ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା । ଘଟଣା ସ୍ଥଳରେ ନବରଙ୍ଗପୁର ଏସପି ଓ ତହସିଲଦାର ପହଂଚି ଲୋକଙ୍କୁ ବୁଝାଇଥିଲେ । କିନ୍ତୁ ବିକ୍ଷୋଭକାରୀ ନିଜ ଜିଦ୍ରେ ଅଟଳ ରହିବା ସହ ରାସ୍ତାରୋକରୁ ହଟି ନ ଥିଲେ । ପରେ ପ୍ରଶାସନ ପକ୍ଷରୁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଘୋଷଣା ପରେ ଗ୍ରାମବାସୀ ରାସ୍ତାରୋକରୁ ଓହରିଥିବା ଜଣାପଡ଼ିଛି ।
Comments are closed.