ବର୍ଦ୍ଧିତ ଘର ଟିକସ ବୃଦ୍ଧିକୁ ଭାରତୀୟ ବିକାଶ ପରିଷଦର ବିରୋଧ

8

ବ୍ରହ୍ମପୁର,୯/୧୦(ପରାମର୍ଶ ନ୍ୟୁଜ୍‌): ମହାନଗର ନିଗମରେ ରହିଥିବା ପ୍ରତ୍ୟେକ ଗୃହର ବାର୍ଷିକ ଟିକସ ବୃଦ୍ଧି ନେଇ ଭାରତୀୟ ବିକାଶ ପରିଷଦ ତୀବ୍ର ବିରୋଧ କରିଛି । ସୂଚନା ଥାଉ କି, ପୂର୍ବରୁ ଘର ଟିକସ ୬୦୦ ଟଙ୍କା ରହିଥିବା ବେଳେ ତାହା ବୃଦ୍ଧି ପାଇ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ବର୍ତ୍ତମାନ କରୋନା ମହାମାରୀ ସମୟରେ ସହରବାସୀ ସଙ୍କଟ ସ୍ଥିତି ଦେଇ ଗତି କରୁଛନ୍ତି । ଏହି ସଙ୍କଟ ସମୟରେ ନିଗମ ବିଭାଗର ଏଭଳି ପଦକ୍ଷେପ ସାଧାରଣ ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ପାଲଟିଛି । ବର୍ଦ୍ଧିତ ଟିକସକୁ ହ୍ରାସ କରିବା ପାଇଁ ଯଦି କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ଗଞ୍ଜାମ ଜିଲ୍ଲାପାଳ ଓ କମିଶନରଙ୍କୁ ଦାବି ପତ୍ର ପ୍ରଦାନ କରି ତୀବ୍ର ପ୍ରତିବାଦ କରିଛି । ଯଦି ବର୍ଦ୍ଧିତ ଟିକସକୁ ଆଗାମୀ ସାତ ଦିନ ମଧ୍ୟରେ ହ୍ରାସ କରା ନ ଯାଏ ତେବେ ଭାରତୀୟ ବିକାଶ ପରିଷଦ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ତ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛି ।. ରିପୋର୍ଟ- ପିଣ୍ଟୁ ବେହେରା

Comments are closed.