୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୪ଟି ଜୁଆ ଓ ଆଠଟି ଅବକାରୀ ମାମଲା
ବ୍ରହ୍ମପୁର,୯/୧୦(ପରାମର୍ଶ ନ୍ୟୁଜ୍): ମହାମାରୀ କରୋନା ସମୟରେ ଅମାନିଆଙ୍କୁ ସାବାଡ଼ ଓ ଜିଲ୍ଲାରେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୁଲିସ୍ ପକ୍ଷରୁ ବିହିତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଗତକାଲି ପୂର୍ବାହ୍ନରୁ ଆଜି ପୂର୍ବାହ୍ନ ସୁଦ୍ଧା ଟ୍ରାଫିକ୍ ନିମୟ ଉଲଂଘନକାରୀଙ୍କଠାରୁ ୧୬ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ମାସ୍କ ବ୍ୟବହାର ନ କରିବା ମାମଲାରେ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏଥିସହ ୪ଟି ଜୁଆ ଖେଳ ମାମଲାରେ ୨୧ ଜଣ ଗିରଫ ହୋଇଥିବା ବେଳେ ୨୧ ହଜାର ୧୯୦ ଟଙ୍କା ଜବତ ହୋଇଛି । ଏଥିସହ ଆଠଟି ଅବକାରୀ ବିଭାଗ ମାମଲା ମଧ୍ୟରୁ ୨୦୪.୨ ଲିଟର ମତ ଜବତ କରାଯିବା ସହ ୯ ଜଣ ଗିରଫ ହୋଇଥିବା ଗଞ୍ଜାମ ପୁଲିସ୍ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି ।
Comments are closed.