ଉଚ୍ଚ ରକ୍ତ ଚାପ ଦିବସ ପାଳିତ
ବ୍ରହ୍ମପୁର,୧୭।୫(ପରାମର୍ଶ ନ୍ଯୁଜ)-ସହରର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଡ଼କ୍ଟରସ ଫୋରମ ତରଫରୁ ଖଲିକୋଟର ସ୍ୱୟଂ ଚଳିତ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ ଅର୍ଜୁନ ହସ କ୍ଲବ ପରିସରରେ ବିଶ୍ୱ ଉଚ୍ଚ ରକ୍ତ ଚାପ ଦିବସ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ତଥା ସଚେତନ ଶିବିର ଆୟୋଜିତ ହୋଇଥିଲା || ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟରେ ସଭାପତିଙ୍କ ସମେତ, ସମ୍ପାଦକ ଡା. ଅତୁଲ୍ୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ୍ୟ ଡାକ୍ତର ସମରେନ୍ଦ୍ର କୁମାର ସାହୁ ଆଲୋଚନା ଚକ୍ରରେ ସକ୍ରିୟ ଭାଗନେଇ ଉଚ୍ଚ ରକ୍ତଚାପର କାରଣ, ନିରାକରଣ, ଜଟିଳତା ଓ ଆଧୁନିକ ଚିକିତ୍ସା ପ୍ରଣାଳୀ ବିଷୟରେ ଅବଗତ କରାଇଥିଲେ || ଏହି ଅବସରରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କର ରକ୍ତ ଚାପ ପରୀକ୍ଷା କରି ପରାମର୍ଶ ଦିଆଯାଇଥିଲା
Comments are closed.