ମାର୍କଣ୍ଡି ବେଳାଭୂମିରୁ ଯୁବକଙ୍କ ମୃତ୍ୟୁ ଦେହ ଠାବ

40

ବ୍ରହ୍ମପୁର,୧୬।୫(ପରାମର୍ଶ ନ୍ଯୁଜ)- ଗୋଳନ୍ଥରା ଥାନା ଅନ୍ତର୍ଗତ ମାର୍କଣ୍ଡି ସମୁଦ୍ର ବେଳାଭୂମି ଜଣେ ଯୁବକଙ୍କ ଗୋଳନ୍ଥରା ଥାନା ପୋଲିସ ଶୁକ୍ରବାର ସନ୍ଧ୍ୟା ରେ ଠାବ କରିଛି l ମୃତ ଯୁବକ ଜଣଙ୍କ ଆନ୍ଧ୍ର ପ୍ରଦେଶ କାବିଟି ଥାନା ଅଧୀନ କପାସ କୁଦି ଗ୍ରାମର ଭି. ଚିନ୍ନା (୩୬) ବୋଲି ସୂଚନା ମିଳିଛି l ଥାନାରେ ଅଭିଯୋଗ ହୋଇ ନାହିଁ l ମାର୍କଣ୍ଡି ସମୁଦ୍ର ବେଳାଭୂମି ଅଜଣା ଯୁବକଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବା କ୍ଷିପ୍ର ବେଗ ଖବର ବ୍ୟପି ଯାଇଥିଲା l ଖବର ପାଇଁ ସନ୍ଧ୍ୟା ପ୍ରାୟ ୭ ଟା ସମୟ ଗୋଳନ୍ଥରା ଥାନାକୁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା l ତଦନ୍ତ ରେ ଯୁବକ ଜଣଙ୍କ ଆନ୍ଦ୍ର ପ୍ରଦେଶ ର କାବିଟି ଥାନା ଅଧୀନ କପାସକୁଦି ଗ୍ରାମର ଭି. ଚିନ୍ନା ବୋଲି ଜାଣିବାକୁ ପାଇଥିଲା l ମୃତ ଯୁବକଙ୍କ ବେକରେ ଗଭୀର କଟା ଚି଼ହ୍ନ ରହିଥିବା ବେଳେ ଶରୀର ରେ ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବେରା ଚିନ୍ହ ରହିଥିବା ଦେଖିବାକୁ ମିଳିଛି l ମୃତ ଚିନ୍ନା ଗତ ୧୪ ତାରିଖ ରୁ ଗ୍ରାମରେ ନଥିବା ଏବଂ କାବିଟି ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି l କେହି ଦୁର୍ବୃତ୍ତ ହତ୍ୟା କରି ସମୁଦ୍ର ରେ ଫୋପାଡ଼ି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି l ପୋଲିସ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଛି l ଶନିବାର ପରିବାର ବର୍ଗ ଗୋଳନ୍ଥରା ଆସିବେ ବୋଲି ଜଣା ପଡିଛି l ମୃତ ଚିନ୍ନା ର ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି।

Comments are closed.