ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ
ଵ୍ରହ୍ମପୁର,୧୦।୫(ପରାମର୍ଶ ନ୍ଯୁଜ)-ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ସହ ବନ୍ଧିତ ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ ଶନିବାର ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ସଂଘ ସଭାପତି ରାଜଗୋପାଳ ପାଢ଼ୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ ଭାସ୍କର ସେନାପତି ବିବରଣୀ ପଠନ କରିଥିଲେ । । ବୈଠକରେ ସଂଘର ଉପଦେଷ୍ଟା ମେଜର ରମା ରମଣ ପାଢ଼ୀ,ମଦନ ମିଶ୍ର,ରମେଶ ମହାରଣା,ଏନ. ରାମବାବୁ,ଉପସଭାପତି ଭାଗୀରଥି ସ୍ୱାଇଁ,କୋଷାଧ୍ୟକ୍ଷ ଗୌତମ ବାଡ଼ତ୍ୟା,ସାଙ୍ଗଠନିକ ସଚିବ କୃଷ୍ଣଚନ୍ଦ୍ର ପଣ୍ଡା,ସାଂସ୍କୃତିକ ସଂଯୋଜକ ଡେନାମ କୁମାର, ବିଜୟ ପାତ୍ର,ରବୀନ୍ଦ୍ର ପାଢ଼ୀ,ପଙ୍କଜ ବାରିକ, ସପନ ପ୍ରଧାନ,ସଦାନନ୍ଦ ରଣା,ବସନ୍ତ ଜେନା ପ୍ରମୂଖ ଉପସ୍ଥିତ ଥିଲେ ।ସଂଘ ସହ-ସମ୍ପାଦକ ନବୀନ ହୋତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁଶାନ୍ତ ମହାରଣା ସହଯୋଗ କରିଥିଲେ । ରାଜ୍ୟ ନିର୍ଦ୍ଦେଶକ ସଂଘ ପଞ୍ଜିକରଣ ପରେ ଆଗାମୀ ଦିନରେ ରାଜ୍ୟ ସଂଘ କର୍ମକର୍ତ୍ତା ଙ୍କୁ ନେଇ ଏକ ବୈଠକ ଗଂଜାମ ଜିଲ୍ଲାର କରିବା ନେଇ ଆଲୋଚନା ହେବା ସହିତ ସଂଘ ସଦସ୍ୟଙ୍କୁ ପରିଚୟ ପତ୍ର ପ୍ରଦାନ,ନୂତନ ସଦସ୍ୟତା ଗ୍ରହଣ ସହିତ ଅନେକ ସାଙ୍ଗଠନିକ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୋନ ସ୍ତରରେ ଆଗାମୀ ଦିନରେ ସଂଘର ବୈଠକ କରାଯିବା ନେଇ ସ୍ଥିର ହୋଇଥିଲା । ନାଟ୍ୟ ନିର୍ଦ୍ଦେଶକ ମାନଙ୍କ ବିଭିନ୍ନ ସମସ୍ୟା ସହିତ ଗଂଜାମ ଦଣ୍ଡ ନାଟ ସମୟରେ ଗଂଜାମ ନାଟ୍ୟ ନିର୍ଦ୍ଦେଶକଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବା ନେଇ ଆଲୋଚନା ହୋଇଥିଲା ।
Comments are closed.