ବିଜେଡ଼ି ପକ୍ଷରୁ ହୋଇଥିବା ଅନ୍ତର୍ଜାତୀୟ ମହିଳା ଦିବସରେ ୧୯ ଜଣ ପ୍ରତିଭା ମହିଳାଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ଓ ବିଧାୟକ
ବ୍ରହ୍ମପୁର,୦୯/୦୩/୨୧/(ପରାମର୍ଶ ନ୍ୟୁଜ୍):ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ ନେତୃତ୍ବରେ ଗଜପତିନଗର ଠାରେ ଏହି କାର୍ଯ୍ୟକ୍ରମ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ନିଜ ସହର , ଜିଲ୍ଲା , ରାଜ୍ୟ ତଥା ଦେଶର ଗୌରବ ଆଣିଥିବା ୧୯ ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁନାମଧନ୍ୟ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ବର୍ଷିୟାନ ଡା . ଲକ୍ଷ୍ମୀ ବାଇଙ୍କ ସମେତ ଶିକ୍ଷାବିତ୍ ତଥା ରୋଲାଣ୍ଡ କଲେଜର ପ୍ରତିଷ୍ଠାତା ଜାମୁଲା ଜୟଲକ୍ଷ୍ମୀ , ଜିଲ୍ଲା ବିଜେଡି ସଭାପତିଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ଚ୍ୟାଉପଟ୍ଟନାୟକ , ବରିଷ୍ଠ କ୍ରୀଡାବିତ୍ କେ.ଚିତ୍ରା , କେ . ଧାନେତ୍ରୀ , ଖଲ୍ଲିକୋଟ କଲେଜ ଅଧ୍ୟକ୍ଷ ପ୍ରଫେସର ଉତ୍ତମା ଜେନା , ଏମ୍କେସିଜି ମେଡିକାଲ କଲେଜ ଡିନ୍ ଡ଼ା.ଦୀପ୍ତିମୟୀ ତ୍ରିପାଠୀ , ଅଞ୍ଜଳି ବିଶ୍ବାଳ ,ସାମ୍ବାଦିକା ଇତିଶ୍ରୀ ସମାପିକା ମହାନ୍ତି ,ରିନା ନାୟକ , ସ୍ଵରାଣୀ ପାଣିଗ୍ରାହୀ ,ମିନତି ରଥ , ଟୁନୁ ପାତ୍ର , ଏମ୍.ସୁଷମା , ସରିତା ପଣ୍ଡା , ପି.ଲକ୍ଷ୍ମୀ ଦୋରା , ଲକ୍ଷ୍ମୀ ପାତ୍ର , ମନୋରମା ଦଳେଇ ଓ ଲକ୍ଷ୍ମୀ ପାତ୍ରଙ୍କୁ ଦଳ ତରଫରୁ ସମ୍ମାନିତ କରାଯାଇଥିଲା । ମହିଳା ସହଶକ୍ତିକରଣରେ ଓଡ଼ିଶା ଆଗରେ ରହିଛି । ବ୍ରହ୍ମପୁରରେ ବିଜେଡି ଆୟୋଜିତ ମହିଳା ଦିବସରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏହା କହିଛନ୍ତି । ବ୍ରହ୍ମପୁର ମହାନଗରରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ରତା ପରିଚାଳନା କରୁଛନ୍ତି । ଦେଶରେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ । ମହିଳାଙ୍କୁ ସମାଜରେ ଆଗକୁ ଆଣିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ମହିଳା ମାନେ ଏହାର ସୁଯୋଗ ନେବା ଆବଶ୍ୟକ ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି । ପରିବାରକୁ ଜଣେ ମହିଳା ହିଁ ସାମ୍ବାଳି ଥାଏ । ମହିଳା ମାନେ ହିଁ ମହିଳା ଙ୍କୁ ଆଗଗୁ ଆଣିପାରିବେ ବୋଲି ଆସିକା ସାଂସଦ ପ୍ରମିଳା ବିଷୋୟୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ , ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ , ପୂର୍ବତନ ବିଏମ୍ସି ମେୟର୍ କେ.ମାଧବୀ ଅତିଥି ଥିଲେ । ରାଜ୍ୟ ପ୍ରବକ୍ତା ତୁମ୍ବନାଥ ପଣ୍ଡା , ରାଜ୍ୟ ସମ୍ପାଦକ ସୁବାସ ମହାରଣା , ଜିଲ୍ଲା ଉପସଭାପତି ସଞ୍ଜିତ କୁମାର ପାଣିଗ୍ରାହୀ , ମଦନ ଦଳାଇ , ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା , ଦଣ୍ଡପାଣି ନାୟକ , ଅନୀଲ ନାୟକ , ବନମାଳି ସେଠୀ , ମଳୟ ବିଷୋୟୀ , ଶୂନ୍ୟଚନ୍ଦ୍ର ଦାସ , ସମାଜସେବୀ ରବିନ୍ଦ୍ର କୁମାର ସାହୁ, ଯୁବ ବିଜେଡି ମହାନଗର ସଭାପତି ଅଜିତ କୁମାର ପଣ୍ଡା , ଛାତ୍ର ବିଜେଡି ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ , ତାପସ କୁମାର ସାହୁ , ଅସିତ୍ କୁମାର ସାବତ ସମେତ ବହୁ ବିଜେଡ଼ି ମହିଳା କର୍ମୀ, ବିଜେଡି ଯୁବ ଓ ଛାତ୍ର କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ:ପିଣ୍ଟୁ ବେହେରା
Comments are closed.