ଉଦଘାଟନ ହେଲା ହୋଟେଲ ନିୟୁ ଭେନ୍ୟୁସ୍
ବ୍ରହ୍ମପୁର,୦୭/୨୧(ପରାମର୍ଶ ନ୍ୟୁଜ୍): ବ୍ରହ୍ମପୁର ଖୋଡ଼ାସିଙ୍ଗ ଏଲ୍ ଆଇ ସି ଅଫିସ୍ ମୁଖ୍ୟ ରୋଡ଼ରେ ହୋଟେଲ ନିୟୁ ଭେନ୍ୟୁସ୍ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖରସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଠାରେ ସମସ୍ତ ପ୍ରକାର ଉଚ୍ଚକୋଟିର ଆମିଷ ଓ ନିରାମିଷ ଖାଦ୍ୟ ପରିବେଷଣ କରାଯିବା ସହ ମନମୁତାବକ ସ୍ୱାଦିଷ୍ଟ ବ୍ୟଞ୍ଜନ ଅତି ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଆପ୍ୟାୟିତ କରାଯିବ ବୋଲି ଏହାର ପ୍ରୋପାଇଟର ରବିନ୍ଦ୍ର କୁମାର ସାହୁ କହିଛନ୍ତି ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର ଓ ସମାଜସେବୀ ରାଜେଶ କୁମାର ସାହୁ, ଶକ୍ତି ରଞ୍ଜନ ସାହୁ,ଉପେନ୍ଦ୍ର କୁମାର ସାହୁ, ରାଜେନ୍ଦ୍ର କୁମାର ସାହୁ, ଜିତେନ୍ଦ୍ର କୁମାର ସାହୁ, ଧୀରନ୍ଦ୍ର କୁମାର ସାହୁ, ସୁରେନ୍ଦ୍ର କୁମାର ସାହୁ, ମୋଦନ ପଣ୍ଡା, ଶୂନ୍ୟ ଦାଶ, ବାଦଲ, ଲାଲା, ହୁନୁମାନ, ପିଙ୍କୁ ଭାଲୁଙ୍କ ସମେତ ସମସ୍ତ ସାମ୍ବାଦିକ ଓ ପରିବାର ବର୍ଗ ପ୍ରମୁଖଙ୍କ ଉପସ୍ଥିତିରେ କୋଭିଡ ନିୟମାନୁଯାୟୀ ଏହି ଶୁଭାରମ୍ଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ:ପିଣ୍ଟୁ ବେହେରା
Comments are closed.